ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ: ୧୦ ଅଧିକ ମୂର୍ତ୍ତି ନଷ୍ଟ

0

ଢାକା: ବାଂଲାଦେଶର ଖୁଲନା ଜିଲାରେ ପ୍ରାୟ ଚାରିଟି ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ କରାଯାଇ ବ୍ୟାପକ ଭଙ୍ଗାରୁଜା ସହ ହିନ୍ଦୁଙ୍କ ଦୋକାନ ଓ ଲୋକଙ୍କ ଉପରେ ଆକ୍ରମଣ କରାଯାଇଛି । ଏହି ଘଟଣାରେ ୧୦ ଜଣଙ୍କୁ ପୁଲିସ ଗିରଫ କରିଛି ଓ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଶୁକ୍ରବାର ରାତିରେ ରୁପ୍ସା ଉପଜିଲାର ଶିଆଲି ଗ୍ରାମରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟ ଲୋକଙ୍କ ମଧ୍ୟରେ ଉଚ୍ଚବାଚ ହୋଇଥିଲା । ଏହାକୁ ନେଇ ଶନିବାର ହିନ୍ଦୁ ମନ୍ଦିର ଭଙ୍ଗାଯିବା ସହ ହିନ୍ଦୁଙ୍କ ଦୋକାନ ଭଙ୍ଗାଯାଇଛି ଓ ଆକ୍ରମଣ ହୋଇଥିବା ଢାକା ଟ୍ରିବ୍ୟୁନ ସୂତ୍ରରୁ ଜଣାଯାଇଛି ।
ଶିଆଲିସ୍ଥିତ ମହାଶ୍ମଶାନ ମନ୍ଦିର ଉପରେ କିଛି ମୁସଲମାନ ଆକ୍ରମଣ କରିଥିଲେ । ଆକ୍ରମଣକାରୀ ମନ୍ଦିରରେ ମୂର୍ତ୍ତିଗୁଡିକ ଭାଙ୍ଗିଦେବା ସହ ଶ୍ମଶାନରେ ବ୍ୟାପକ କ୍ଷୟକ୍ଷତି କରିଥିଲେ । ସେହିପରି ଶିଆଲି ପୂର୍ବପଡା ଅଞ୍ଚଳକୁ ଯାଇ ସେଠାରେ ଥିବା ହରି ମନ୍ଦିରରେ ହିନ୍ଦୁ ଦେବ ଦେବୀଙ୍କର ମୂର୍ତ୍ତି, ଦୁର୍ଗା ମନ୍ଦିର ଏବଂ ଗୋବିନ୍ଦ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ସ୍ଥାନୀୟ ହିନ୍ଦୁ ସମୁଦାୟଙ୍କର୬ଟି ଦୋକାନ ଓ ଦୁଇଟି ପରିବାରର ବାସଭବନ ଉପରେ ସେମାନେ ଆକ୍ରମଣ ହୋଇଥିବା ସୂଚନା ରହିଛି । ଏହି ଆକ୍ରମଣରେ ୧୦ଟି ମୂର୍ତ୍ତି ଭଙ୍ଗାଯାଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ତେଣୁ ସେଠାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।