ବଲାଙ୍ଗିର: ସ୍ୱାମୀ ନୃଶଂସ ପାଲଟିଛି । ନିଜ ସ୍ତ୍ରୀକୁ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଛି । ଏଭଳି ଅଭିଯୋଗ ସାମ୍ନାକୁ ଆସିଛି । ନିଜ ସ୍ତୀକୁ ମାରିବା ନେଇ ହତ୍ୟା କରିଥିବା ଅଭିଯୁକ୍ତ ସ୍ୱାମୀ ଜ୍ୟୋତି ପ୍ରଧାନ ଏବେ ଫେରାର ଅଛି । ଗତ ସୋମବାର ବଲାଙ୍ଗିର ଜିଲ୍ଲାରେ ଚାଞ୍ଚଲ୍ୟକର ଖେଳିଯାଇଥିଲା । କନଷ୍ଟେବଳ ସ୍ୱାମୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମେଡିକାଲରେ ଅଛନ୍ତି ସ୍ତ୍ରୀ ନୂପୁର ।
ସୂଚନା ଅନୁସାରେ ଗତ ସୋମବାର ବଲାଙ୍ଗିର ଦମ୍ପତ୍ତି ନୂପୁର ବିଶ୍ୱାଳ ଏବଂ ଜ୍ୟୋତି ପ୍ରଧାନ ରାସ୍ତାରେ ଯାଉଥିବା ବେଳେ ହଠାତ ପତ୍ନୀଙ୍କ ଉପରକୁ ଆକ୍ରମଣ କରିଥିଲେ ସ୍ୱାମୀ । ନିଜର ଏକ ସହେଯାଗୀ ଜଗା ସହ ପତ୍ନୀ ନୂପୁରଙ୍କୁ ପଥରରେ ଛେଚି ହତ୍ୟା ଉଦ୍ୟମ କରିଘଟଣା ସ୍ଥଳରୁ ପଳାଇଥିଲେ ସ୍ୱାମୀ । ହେଲେ ନୂପୁରଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଘଟଣାକୁ ନେଇ ନୂପୁରଙ୍କ ପରିବାର ଥାନାରେ ଏତଲା କରିଛନ୍ତି । ମାତ୍ର ୬ ଦିନ ପରେ ବି ଅଭିଯୁକ୍ତ ସ୍ୱାମୀ ଜ୍ୟୋତି ପ୍ରଧାନଙ୍କୁ ଗିରଫ କରିବାରେ ସଫଳ ହୋଇପାରିନାହିଁ ପୋଲିସ ।