କଟକ: ପ୍ରେମରେ ବିଫଳ ହେବାରୁ ନାବାଳିକାଙ୍କ ଭୁଜାଲିରେ ଆକ୍ରମର କରିଛି ବିଫଳ ପ୍ରେମିକ । କଟକ ଜିଲ୍ଲା ନରସିଂହପୁର ଥାନା ଓସ୍ତନାରାୟଣୀପୁର ଗ୍ରାମରେ ଗତ କାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । । ଓସ୍ତନାରାୟଣୀପୁର ପ୍ରତିସ୍ ପଟ୍ଟନାୟକ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିଲେନାବାଳିକା ଜଣଙ୍କ ରାତିରେ କୋଚିଂରୁ ଫେରୁଥିବା ସମୟରେ ଯୁବକ ଜଣଙ୍କ ନାବାଳିକାଙ୍କୁ ପ୍ରେମ ନିବେଦନ କରିଥିଲେ। ନାବାଳିକା ମନା କରିଦେବାରୁ ଭୁଜାଲିରେ ଆକ୍ରମଣ କରିଛି ଯୁବକ। ଏନେଇ ନରସିଂହପୁର ଥାନାରେ ନାବାଳିକାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗ ପାଇବା ପରେ ନରସିଂହପୁର ପୋଲିସ ଅଧିକ ତଦନ୍ତ ଆରମ୍ଭ କରିଛି। ଆକ୍ରମଣକାରୀ ଯୁବକ ପେରାର ଥିବାରୁ ପୋଲିସ ତାକୁ ଖୋଜୁଛି।