ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରି ଟାୱାରରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ; ଜଳିଗଲେ ଯୁବକ

0

ଭୁବନେଶ୍ୱର: ହାଇ ଭୋଲ୍ଟେଜ୍ ଇଲେକ୍ଟ୍ରି ଟାୱାରରେ ଚଢ଼ି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ  । ଟାୱାରରେ ଚଢ଼ି ଥିବାବେଳେ ବିଦ୍ୟୁତ୍ ଆଘାତ ଲାଗି ଜଳିଗଲା ଯୁବକଙ୍କ ଦେହ। ମୈତ୍ରୀ ବିହାର ଥାନା ହାତିଆଶୁଣି ଛକ ନିକଟରେ ଥିବା ହାଇ ଭୋଲ୍ଟେଜ ଇଲେକ୍ଟ୍ରି ଟାୱାରରେ ଚଢ଼ି ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ । ଟାୱାର ଉପରକୁ ଚଢ଼ୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଳି ଯାଇଛନ୍ତି। ଟାୱାରରେ ଚଢିବା ସମୟରେ ଯୁବକଙ୍କ ଦେହରେ ବିଦ୍ୟୁତ୍ ଆଘାତ ସହ ବିସ୍ଫୋରଣ ହୋଇଥିଲା। ଏହାପରେ ଯୁବକ ଜଳନ୍ତା ଅବସ୍ଥାରେ ତଳେ ପଡ଼ି ଯାଇଥିଲେ।ତେବେ କାହିଁକି ଓ କେଉଁଥିପାଇଁ ସେ ଆତ୍ମହତ୍ୟା ପାଇଁ ଉଦ୍ୟମ କରୁଥିଲେ ଜଣାପଡି ନାହିଁ । ଖବର ପାଇ ସ୍ଥାନୀୟ ମୈତ୍ରୀ ବିହାର ପୁଲିସ ଓ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଗୁରୁତର ଅବସ୍ଥାରେ ଯୁବକଙ୍କୁ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ଭର୍ତି କରାଯାଇଛି। ଯୁବକ ଜଣଙ୍କର ଜୀବନ ସଙ୍କଟାପନ୍ନ ଥିବା ସୂଚନା ମିଳିଛି।