ବର୍ତ୍ତମାନର ବଡ ଖବର : ମାଲ୍ ଗାଡି ସମ୍ମୁଖକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ

0

ଖୋର୍ଦ୍ଧା : ଅଚାନକ ମାଲ୍ଗାଡି ସାମ୍ନାକୁ ଡେଇଁପଡିଲେ ଯୁବକ । ଆତ୍ମହତ୍ୟା ଉଦ୍ୟମ କରି ଏଭଳି କାଣ୍ଡ ଭିଆଇଥିବା ଜଣାପଡିଛି । ଘଟଣାଟି ସକାଳ ୧୦ ଘଟିକା ସମୟର ଘଟିଛି । ଖୋର୍ଦ୍ଧା ରୋଡ୍ ୩ ନମ୍ବର ଷ୍ଟେସନ୍ରେ ଏଭଳି ଘଟଣା ଘଟିଥିବା ଜଣାପଡିଛି । ତେବେ ଯୁବକ ଜଣଙ୍କର ମୁଣ୍ଡରେ କେବଳ ଆଘାତ ଲାଗିଥିଲା ବୋଲି ସୂଚନା ମିଳୁଛି । ଘଟଣାସ୍ଥଳରେ ଆର୍ପିଏଫ୍ ଏବଂ ଜିଆର୍ପିଏଫ୍ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ । ପରେ ତାଙ୍କୁ ରେଲୱେ ମେଡିକାଲରେ ଭର୍ତ୍ତି କରିଥିଲେ । ସୂଚନା ଯୋଗ୍ୟ ଯେ, ଜିଆର୍ପିଏଫ୍ ପକ୍ଷରୁ ସୂଚନା ମିଳିଛି ଯେ, ଯୁବକଙ୍କ ନାମ ଚନ୍ଦନ କୁମାର ଓ ବୟସ ୩୪ ବର୍ଷ । ଆହତଙ୍କ ଘର ଝାଡଖଣ୍ଡର ବେଲଚମ୍ପା ଠାରେ ହୋଇଥିବା ସୂଚନା ମିଳିଛି ।