ଇଞ୍ଜିନିୟର ସୁଭାଷ ଅତୁଲଙ୍କ ଆତ୍ମହତ୍ୟାରେ ତାଙ୍କ ପତ୍ନୀ , ଶାଶୁ ଏବଂ ପତ୍ନୀଙ୍କ ଭାଇଙ୍କୁ ପୋଲିସ ଗିରଫ କରିଛି । ପରେ ସୁଭାଷଙ୍କ ବାପା ଗଣମାଧ୍ୟମ ସାମ୍ନାର ମୁହଁ ଖୋଲିଛନ୍ତି । ସେ ଦାବି କରିଛନ୍ତି ଯେଉଁମାନେ ତାଙ୍କ ପୁଅକୁ ମାନସିକ ନିର୍ଯ୍ୟାତନା ଦେଉଥିଲେ ତାଙ୍କୁ କଠୋର ଦଣ୍ଡ ଦିଆଯାଉ । ଏପରିକି ନ୍ୟାୟ ନମିଳିବା ପର୍ଯ୍ୟନ୍ତ ନିଜ ପୁଅର ଅସ୍ଥି ବିସର୍ଜନ କରିବେ ନାହିଁ ବୋଲି ସେ ଅତୁଲଙ୍କ ପିତା କହିଛନ୍ତି । ଅତୁଲଙ୍କ ଶ୍ଶୁର ଘର ଲୋକେ ଗିରଫ ହୋଇଥିବାରୁ କର୍ଣ୍ଣାଟକ ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ମୋ ପୁଅ ଟଙ୍କା ପାଇଁ ହଇରାଣ ହେଉଥିଲା ଏବଂ ତାଙ୍କ ପତ୍ନୀ ତାଙ୍କୁ ଅପମାନିତ କରୁଥିଲେ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସମ୍ପୃକ୍ତ ସମସ୍ତଙ୍କୁ ଅନୁରୋଧ କରୁଛି। ଦୟାକରି ଆମକୁ ନ୍ୟାୟ ଦିଅନ୍ତୁ।”
ସୁଭାଷଙ୍କ ପିତା ପୱନ କୁମାର କହିଛନ୍ତି, “ସେ ନାତିଙ୍କୁ କେଉଁଠାରେ ରଖିଛନ୍ତି ତାହା ଆମେ ଜାଣି ନାହୁଁ। ତାଙ୍କୁ ହତ୍ୟା କରାଯାଇଛି ନା ସେ ଜୀବିତ ଅଛନ୍ତି? ଆମେ ତାଙ୍କ ବିଷୟରେ କିଛି ଜାଣି ନାହୁଁ। ମୁଁ ଚାହୁଁଛି ଯେ, ମୋ ନାତି ମୋ ପାଖକୁ ଆସୁ। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆର୍ଜେଡି ନେତା ତେଜସ୍ୱୀ ଯାଦବ ଓ ଅନ୍ୟ ନେତାମାଙ୍କୁ ନିବେଦନ କରୁଛି।ରବିବାର ଦିନ ପୋଲିସ କହିଛି ଯେ ହରିୟାଣାର ଗୁରୁଗ୍ରାମରୁ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା ସିଙ୍ଗାନିଆ ଏବଂ ନିକିତାଙ୍କ ମା ନିଶା ସିଙ୍ଗାନିଆ ଏବଂ ତାଙ୍କ ଭାଇ ଅନୁରାଗ ସିଙ୍ଗାନିଆଙ୍କୁ ଉତ୍ତରପ୍ରଦେଶର ପ୍ରୟାଗରୁ ଗିରଫ କରାଯାଇଛି। ତାଙ୍କୁ ତାଙ୍କର ଚାରି ବର୍ଷର ନାତିଙ୍କ ହେପାଜତ ଦିଆଯିବାକୁ କୁମାର ଦାବି କରିଛନ୍ତି।