ଭୁବନେଶ୍ୱର: ଭୁବନେଶ୍ୱରର ଏକ ହୋଟେଲରେ ଅନିଶ ଏଣ୍ଟର୍ଟେନମେଣ୍ଟ ପ୍ରସ୍ତୁତ ।”ଆଶ୍ରମ” ଏକ ଆଶାର ଆଶ୍ରୟ ଚଳଚ୍ଚିତ୍ରର ଅଡିଓ ରିଲିଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପ୍ରଯୋଜକ ତପନ ଦାସ,ନିର୍ଦେଶକ ସୁଧାଂଶୁ ମୋହନ ସାହୁ,ଚିତ୍ରନାଟ୍ୟ ଓ ସଂଳାପକାର ଦିଲୀପ ଚୌଧୁରୀ,କ୍ରିଏଟିଭ ଉପଦେଷ୍ଟା ଶ୍ୟାମା ପ୍ରସାଦ ମିଶ୍ର,ସଂଗୀତ ନିର୍ଦେଶକ ଅଭିଜିତ ମଜୁମଦାର, ଗୀତିକାର ବାପୁ ଗୋସ୍ୱାମୀ, ସୁନାମଧନ୍ୟ କଣ୍ଠଶିଳ୍ପୀ ଅସିତ ତ୍ରିପାଠୀ, ବିଶ୍ୱଜିତ ମହାପାତ୍ର, ରୂପକ ପରିଡା ଓ ସୋହିନୀ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଅଭିନେତା ଅଭିଷେକ ଗିରି, ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର, ଶ୍ଵେତା ଆଚାର୍ଯ୍ୟ, ତନୁଶ୍ରୀ, ସୌମ୍ୟା, ବିଜୟିନୀ ମିଶ୍ର, ଶଙ୍କର ଓ ତୁଷାର ପ୍ରମୁଖ ଏହି ଉତ୍ସବରେ ଯୋଗ ଦେଇଥିଲେ। ଅଡିଓ ରିଲିଜ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।
ଏହି ସିନେମାରେ ଚାରିଟି ଖୁବ ସୁନ୍ଦର ଗୀତ ରହିଛି। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ମହାଶ୍ଵେତା ରାୟ ଅଭିନୟ କରିଛନ୍ତି। ଜୀବନରେ ଯେଉଁଠାରେ ସମର୍ପଣ ସହିତ ଭାଗ୍ୟ ମିଶିଥାଏ, ସେଠାରେ ଜଣେ ଉଚ୍ଚାକାଂକ୍ଷୀ ମହିଳାଙ୍କ ଯାତ୍ରା ଆଶାର ଆଲୋକ ଭାବରେ ଛିଡ଼ା ହୁଏ । ସେ ତାଙ୍କ ସମ୍ପୂର୍ଣ୍ଣ ଜୀବନ ପାଠ ପଢି଼ବା ଓ ନୃତ୍ୟ କଳା ପ୍ରତି ଉତ୍ସର୍ଗ କରିଥିଲେ। ଏବଂ ହୋଇଥିଲେ ଜଣେ ସଚୋଟ ଆଇଏଏସ୍ ଅଧିକାରୀ। ତେବେ ସବୁ ଆଶା ପୁରଣ ହୁଏନାହିଁ । ବିଧାତା କୁହେ ଆଉ ଏକ କଥା । ସେ ଜଣେ ସଚ୍ଚୋଟ IAS ଭାବେ ସେବା କରି ଚାଲନ୍ତି। ଅବସର ନେବା ପରେ ସେ’ ଫେରି ଆସିଛନ୍ତି ତାଙ୍କ ପ୍ରିୟ ଘରକୁ , ଯେଉଁଠି ଅତୀତର କେତେ ମଧୁର ସ୍ମୃତି ରହିଛି । କିନ୍ତୁ କାହାଣୀ ସେଇଠି ଶେଷ ହେଉନାହିଁ। ଏ ଓଡ଼ିଆ ସିନେମାଟି କହିବ ଅନେକ ହୃଦୟସ୍ପର୍ଶୀ କାହାଣୀ। ସୁଧାଂଶୁ ମୋହନ ସାହୁଙ୍କ ବଳିଷ୍ଠ ନିର୍ଦେଶନା ଏବଂ ପ୍ରଯୋଜକ ତପନ ଦାସଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ମହାନ ଅଭିନେତ୍ରୀ ମହାଶ୍ୱେତା ରାୟଙ୍କ ବଳିଷ୍ଠ ଅଭିନୟ ଓ ସୃଜନଶୀଳତାର ଏକ ଶ୍ରେଷ୍ଠ କୃତି। ଖୁବ ଶୀଘ୍ର ନିକଟତମ ଥିଏଟରକୁ ଆସୁଛି ‘ ଆଶ୍ରମ’ ଏକ ଆଶାର ଆଶ୍ରୟ।