ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ ;ପୁରୀରେ ବର୍ଷା

0

ପୁରୀ : ଆଜି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶୁଭ ଲୋକାର୍ପଣ । ଭାବ ଓ ଭକ୍ତିରେ ଉଛୁଳୁଛି ଶ୍ରୀକ୍ଷେତ୍ର ଚାରିଆଡେ ଆଧ୍ୟତ୍ମିକତାର ମହକ । ଅବର୍ଣ୍ଣନୀୟ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ବେଦ ପାଠରେ କମ୍ପୁଛି ଶ୍ରୀମନ୍ଦିର ଚାରି ଦ୍ୱାର । ଯଜ୍ଞସ୍ଥଳରୁ ଭାସି ଆସୁଛି ବ୍ରାହ୍ମଣଙ୍କ ମନ୍ତ୍ର ଉଚ୍ଚାରଣା ଭଜନ କିର୍ତ୍ତନରେ ଚଉଦିଗ କମ୍ପୁଛି । ଶ୍ରୀକ୍ଷେତ୍ର ମାଟିରୁ ବିଶ୍ୱବାସୀଙ୍କ ଉଦ୍ଦେଶ୍ୟରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନି ଦିନିଆ ମହାଯଜ୍ଞର ମଧ୍ୟ ପୂର୍ଣ୍ଣାହୂତି ଦିଆଯିବ ।
ଏଥିଲାଗି ସୁରକ୍ଷା ବ୍ୟବସ୍ଥାକୁ ସ୍ବତନ୍ତ୍ର ଭାବେ ଧ୍ୟାନ ଦିଆଯାଇଛି। ରାଜ୍ୟ ତଥା ରାଜ୍ୟ ବାହାରୁ ମନ୍ତ୍ରୀ , ସାଂସଦ , ବିଧାୟକ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଯୋଗଦେବେ । ଆଜି ସକାଳୁ ପୁରୀରେ ଝିପ୍ଝିପ୍ ବର୍ଷା ଜାରି ରହିଛି। ତେବେ ଭକ୍ତମାନେ ଏହାକୁ ଏକ ଶୁଭ ଲକ୍ଷଣ ବୋଲି କହିଛନ୍ତି। ଆଗାମୀ ଦୁଇ ଘଣ୍ଟା ମଧ୍ୟରେ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।