(ରିପୋର୍ଟସ ଟୁଡ଼େ)ରାଞ୍ଚି : ଆଜି ରାଞ୍ଚି ଷ୍ଟାଡିୟମ୍ରେ ଭାରତ-ଅଷ୍ଟ୍ରେଲିଆ ସିରିଜର ତୃତୀୟ ମ୍ୟାଚ ଖେଳାଯାଇଛି ।ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଟସ୍ ଜିତି ପ୍ରଥମେ ବୋଲିଂ ନେଇଥିଲେ । ଅଷ୍ଟ୍ରେଲିଆର ଦୁଇ ଓପ୍ନର ଚମତ୍କାର ବ୍ୟାଟିଂ କରି ୩୨ ଓଭର ଭିତରେ ୧୯୩ ରନ୍ ସଂଗ୍ରହ କରିଥିଲେ । ଫର୍ମକୁ ଫେରିଥିବା ଅଧିନାୟକ ଆରୋନ୍ ଫିଞ୍ଚ୍ ବଢ଼ିଆ ବ୍ୟାଟଂ କରିଥିଲେ । ତେବେ ୯୩ ରନ୍ କରି ମାତ୍ର ୭ ରନ୍ ପାଇଁ ତାଙ୍କୁ ଶତକରୁ ବଞ୍ଚିତ କରିଥିଲେ କୁଲଦୀପ ଯାଦବ । ଫିଞ୍ଚ୍ ୯୯ ବଲ୍ ଖେଳି ୧୦ଟି ଚୌକା ଓ ୩ଟି ଛକା ମାରିଥିଲେ । ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭର୍ରେ ୫ ଓ୍ଵିକେଟ୍ ହରାଇ ୩୧୩ ରନ୍ କରିଛି ।
ତେବେ ଉସମାନ୍ ଖ୍ଵାଜା ତାଙ୍କର ପ୍ରଥମ ଦିନିକିଆ ଶତକ ହାସଲ କରିଥିଲେ । ସେ ୧୦୪ ରନ୍ (୧୧୩ ବଲ୍, ୧୧ ଚୌକା ଓ ୧ ଛକା) କରି ମହମ୍ମଦ ସାମିଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।
ଭାରତ ପକ୍ଷରୁ ସଫଳ ବୋଲର୍ ଭାବେ କୁଲଦୀପ ଯାଦବ ୩ଟି ଓ୍ଵିକେଟ୍ ଦଖଲ କରିଛନ୍ତି ।