ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର କ୍ରିକେଟର ଷ୍ଟିଭ ସ୍ମିଥ

0

ମୁମ୍ବାଇ: ଅବସର ଘୋଷଣା କଲେ ଅଷ୍ଟ୍ରେଲିଆର କ୍ରିକେଟର ଷ୍ଟିଭ ସ୍ମିଥ । ୨୦୨୫ ଚାମ୍ପିଅନ୍ସ ଟ୍ରଫି ସେମିଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତୀୟ ଦଳ ବପକ୍ଷରେ ପରାଜୟର ସମ୍ମୁଖୀନ ହୋଇଛି । ଏହି ପରାଜୟ ପରେ , ଅଷ୍ଟ୍ରେଲିଆ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଙଊଓ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଦୁବାଇରେ ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆକୁ ୪ ୱିକେଟରେ ପରାସ୍ତ କରିଛି । ଏହି ପରାଜୟ ସହିତ ଅଷ୍ଟ୍ରେଲିଆର ଫାଇନାଲରେ ପହଞ୍ଚିବାର ସ୍ୱପ୍ନ ଭାଙ୍ଗିଗଲା ଏବଂ ଷ୍ଟିଭ ସ୍ମିଥଙ୍କ ଏକଦିବସୀୟ କ୍ୟାରିୟର ମଧ୍ୟ ଶେଷ ହୋଇଗଲା ।