ଫିରିଙ୍ଗିଆ ବ୍ଲକ ଛକରେ କାର ସହ ଅଟୋ ମୁହାଁମୁହିଁ ଧକ୍କା, ୭ ଆହତ

0

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଏକ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ସାତ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି ଓ ସୂଚନା ଅନୁସାରେ ପୁଲବାଣୀ ପଟୁ ଫିରିଙ୍ଗିଆକୁ କିଛି ଯାତ୍ରୀଙ୍କୁ ନେଇ ଆସୁଥିବା ଏକ ଅଟୋକୁ ଫିରିଙ୍ଗିଆ ବ୍ଲକ ଛକ ନିକଟରେ ବାଲିଗୁଡା ପଟୁ ଫୁଲବାଣୀ ପଟକୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା ଓ ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡିବାରୁ ଓଟୋରେ ବସିଥିବା ସାତଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ ଓ ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଙ୍କ ସହ ସଞ୍ଜୟ କୁମାର ଦିଗାଲ ଓ ମିଥୁନ ମହାରଣା ପହଞ୍ଚି ଆହତ ବ୍ୟକ୍ତି ମାନଙ୍କୁ ଫିରିଙ୍ଗିଆ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତି କରିଥିଲେ ଓ ତେବେ ଆହତ ମାନେ ଫିରିଙ୍ଗିଆ ବ୍ଲକ ରତଙ୍ଗ ପାଞ୍ଚୟତ ଯାର୍ଗି ପଦର ଗାଁର ବୋଲି ଜଣା ପଡ଼ିଥିବା ବେଳେ ସମସ୍ତେ ଗୋଟିଏ ପରିବାର ର ଓ ସେମାନେ ଫୁଲବାଣୀ ସଦର ଥାନା କେରେଡ଼ି ଗାଁକୁ ଏକ ଶୁଦ୍ଧିକ୍ରିୟାରେ ଯୋଗଦେଇ ନିଜ ଗାଁକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିବା ଜଣା ପଡିଛି ଓ ଆହତ ମାନଙ୍କ ମଧ୍ୟରେ ଜାର୍ଗୀ ପଦର ଗାଁ ର କୁସୁମ ଦିଗାଲ,ତ୍ରେତୟା ଦିଗାଲ , ଟୁଡୁ ମାଝୀ, ଫକୀର ଦିଗାଲ,କବିତା ଦିଗାଲ , ଯାମିନୀ ଦିଗାଲ ଗୀତା ଦିଗାଲ ବୋଲି ଜଣା ପଡିଛି ଓ ଅନ୍ୟପଟେ ପୋଲିସ ଉଭୟ କାର ଓ ଅଟୋକୁ ଥାନାକୁ ଆଣିଥିବା ବେଳେ ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭରକୁ ଥାନାରେ ଅଟକ ରଖିଥିବା ବେଳେ ଡ୍ରାଇଭର ଜଣକ ଫୁଲବାଣୀ ସହରର ବୋଲି ଜଣା ପଡ଼ିଛି ।