ଓଲଟିଲା ଅଟୋ,୧୫ଆହତ

0

(ମମତା ସାମଲ)ରିପୋର୍ଟସଟୁଡେ: କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା ରିମୁଳି ବାଇପାସ ନିକଟରେ ଘଟିଛି ସଡକ ଦୁର୍ଘଟଣା । ଭାରସାମ୍ୟ ହାରାଇ ଅଟୋଟି ଓଲଟି ପଡିଥିଲା । ଫଳରେ ସମସ୍ତ ଯାତ୍ରୀ ତଳେ ପଡିଯାଇଥିଲେ । ଏହି ଦୁର୍ଘଟଣାରେ ୧୫ଜଣ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣଙ୍କ ଅବସ୍ଥା ସଙ୍କଟାପୂର୍ଣ୍ଣ ରହିଥିବାବେଳେ ତାଙ୍କୁ ଚମ୍ପୁଆ ମେଡିକାଲରେ ଭର୍ତ୍ତି କରାଯାଇଛି ।