(ରିିପୋର୍ଟସ ଟୁଡ଼େ/ ଶୁଭସ୍ମିତା ଦାଶ ): ଡିସେମ୍ବର ୨୯ ତାରିଖରେ ଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ୱତନ୍ତ୍ର କାର୍ୟ୍ୟକ୍ରମରେ ବିଗ୍ ବି ଦାଦା ସାହେବ୍ ଫାଲ୍କେ ପୁରସ୍କାରରେ ସମ୍ମାନିତ ହେବେ। ଏନେଇ ସୋମବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି।
ଦାଦା ସାହେବ୍ ଫାଲ୍କେ ପୁରସ୍କାର ହେଉଛି ଭାରତୀୟ ସିନେମା ଜଗତର ସର୍ବଶ୍ରେଷ୍ଠ ସମ୍ମାନ। ଉତ୍କୃଷ୍ଟ ଅଭିନୟ ଏବଂ ଦୀର୍ଘ ବର୍ଷ ଧରି ହିନ୍ଦୀ ସିନେମାରେ ଯୋଗଦାନ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଏ।
ଦୀର୍ଘ ୫୦ ବର୍ଷ ଧରି ବିଗ୍ ବି ଅମିତାଭ ବଚ୍ଚନ ବଲିଉଡ୍ରେ ନିଜ ଅଭିନୟର ଯାଦ ଦେଖାଉଛନ୍ତି। ଭାରତୀୟ ସିନେମାରେ ତାଙ୍କର ଅତୁଳନୀୟ ଯୋଗଦାନ ପାଇଁ ଆସନ୍ତା ୨୯ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିଗ୍ ବି’ଙ୍କୁ ଦାଦା ସାହେବ୍ ଫାଲ୍କେ ପୁରସ୍କାରରେ ସମ୍ମାନିତ କରିବେ।
ଏହା ପୂର୍ବରୁ ୨୦୧୭ ମସିହାରେ ଅଭିନେତା ବିନୋଦ ଖନ୍ନାଙ୍କୁ ଦାଦା ସାହେବ୍ ଫାଲ୍କେ ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ଚଳିତବର୍ଷ ବିଗ୍ ବି ଅମିତାଭ୍ଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯିବ। ପୁରସ୍କାର ବାବଦକୁ ସ୍ୱର୍ଣ୍ଣ ପଦକ ଏବଂ ୧୦ ଲକ୍ଷ ଟଙ୍କା ରାଶି ପ୍ରଦାନ କରାଯିବ।