ଓଡ଼ିଆ ସିଆରପିଏଫ ଯବାନ ପ୍ରଦୀପ କୁମାର ପଣ୍ଡାଙ୍କୁ ମରଣୋତ୍ତର ସମ୍ନାନ

0

(ରିିପୋର୍ଟସ ଟୁଡେ/ଭୁୂବନେଶ୍ୱର଼): ଓଡ଼ିଆ ସିଆପିଏଫ୍ ଯବାନ ସହିଦ ପ୍ରଦୀପ କୁମାର ପଣ୍ଡାଙ୍କୁ ଚଳିତବର୍ଷ ସାମରିକ ସମ୍ମାନ କୀର୍ତ୍ତି ଚକ୍ରରେ ସମ୍ମାନିତ କରାଯିବ। ଜମ୍ମୁ-କଶ୍ମୀରର ପୁଲୱାମାଠାରେ ଆତଙ୍କବାଦୀଙ୍କ ସହ ଲଢ଼ି ଜୀବନ ଦେଇଥିଲେ । ୨୦୧୮ ଡିସେମ୍ବର ୩୧ ତାରିଖରେ ସେ ସହିଦ ହୋଇଥିବା ପଣ୍ଡାଙ୍କୁ ମରଣୋତ୍ତର କୀର୍ତ୍ତିଚକ୍ର ମିଳିବ। ସହିଦ ପ୍ରଦୀପ ପଣ୍ଡାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା ଲିପିଲୋଇରେ ଗ୍ରାମରେ।
ଏଥି ସହ ଚଳିତ ବର୍ଷ ଜଣଙ୍କୁ ଅଶୋକ ଚକ୍ର, ୪ ଜଣଙ୍କୁ କୀର୍ତ୍ତିଚକ୍ର, ୧୧ ଜଣଙ୍କୁ ଶୌର୍ୟ୍ୟଚକ୍ର, ୨୮ ଜଣଙ୍କୁ ପରମ ବିଶିଷ୍ଟ ସେବା ମେଡାଲ, ୩ ଜଣଙ୍କୁ ଉତ୍ତମ ଯୁଦ୍ଧ ସେବା ମେଡାଲ, ୫୧ ଜଣଙ୍କୁ ଅତି ବିଶିଷ୍ଟ ସେବା ମେଡାଲ, ୧୦ ଜଣଙ୍କୁ ଯୁଦ୍ଧ ସେବା ମେଡାଲ, ୧୨୨ ଜଣଙ୍କୁ ବିଶିଷ୍ଟ ସେବା ମେଡାଲ, ୧୦୯ ଜଣଙ୍କୁ ସେନା ମେଡାଲ (ସାହସିକତା), ୭ ଜଣଙ୍କୁ ନୌସେନା ମେଡାଲ, ୨ ଜଣଙ୍କୁ ବାୟୁସେନା ମେଡାଲ, ୪୦ ସେନା ମେଡାଲ (ବେସାମରିକ ସେବା), ୯ ଜଣଙ୍କୁ ନୌସେନା ମେଡାଲ (ବେସାମରିକ ସେବା) ଓ ୧୪ ଜଣଙ୍କୁ ବାୟୁ ସେନା ମେଡାଲ(ବେସାମରିକ ସେବା) ମିଳିବ।