ହିଂଜିଳି କାଟୁ ଡିସକଭରୀ ତିରଙ୍ଗା ଯୁବକ ସଙ୍ଗ ତରଫ ରୁ ସବୁଜ କ୍ରାନ୍ତି ଅଭିଯାନ

0

(ରଜନୀକାନ୍ତ ପାତ୍ର)ହିଂଜିଳି କାଟୁ : ଡିସକଭରୀ ହିଂଜିଳି କାଟୁ ଓ ତିରଙ୍ଗା ଯୁବକ ସଙ୍ଗ ତରଫ ରୁ ସବୁଜକ୍ରାନ୍ତି ଅଭିଯାନ ହୋଇଛି । ଏହି ଅଭିଯାନ ରେ ଶପଥକାରୀଙ୍କ ଦ୍ଵାରା ୧ ଜୁଲାଇ ସଂଧ୍ୟା ୪ ଘଣ୍ଟ ସମୟ ରେ ହିଞ୍ଜିଳିକାଟୁ ର ଶ୍ରୀକ୍ଷେତ୍ର ମାର୍ଗ ଠାରେ ବୃକ୍ଷ ରୋପଣ କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ହିଂଜିଳି ତହସିଲଦାର ଗୋପୀନାଥ କଁଅର, ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ପୌରପାଳିକାର କାର୍ୟ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ପଣ୍ଡା, ହିଂଜିଳି ଥାନା ଆଇ ଆଇ ସି ଅଭିମନ୍ୟୁ ଦାସ, ଆସିକା ଏମ୍ପି ପିଏ ନୀଳମଣି ପଟ୍ଟନାୟକ, ଗଞ୍ଜାମଜିଲ୍ଲା ବିଜେଡି ସମ୍ପାଦକ ପ୍ୟାରୀମୋହନ ପାଢୀ, ପ୍ରେସ କ୍ଳବ ର ସଭାପତି ପ୍ରିୟଦର୍ଶୀ ପଟ୍ଟନାୟକ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିସକଭରୀ ହିଂଜିଳି କାଟୁ ଓ ତିରଙ୍ଗା ଯୁବକ ସଙ୍ଗ ର ସଦସ୍ୟ କାହ୍ନୁ ଚରଣ ପଣ୍ଡା, ରଂଜନ ସାହୁ, ପ୍ରଭୁ ଦତ୍ତ, ସରୋଜ ପାତ୍ର, ପ୍ରଭାତ ମହାରଣା,ଅନାଦି ପାଣିଗ୍ରାହୀ, ସିପୁନ ପାଢ଼ୀ, ଆଶିଷ ପ୍ରଧାନ, ଆକାଶ ବଡ଼ତ୍ୟା, ରୁଦ୍ର ପ୍ରଧାନ, ଓ ଅନ୍ୟାନ୍ୟ କର୍ମୀମାନେ ସମସ୍ତଙ୍କୁ ଗଛ ଲଗାଇବା ପାଈଁ ଅନୁରୋଧ କରିଥିଲେ ।