ମାରୱାଡ଼ି ଯୁବାମଞ୍ଚ ପକ୍ଷରୁ ଅନୁଷ୍ଠିତ ହେବ ମାଗଣା କ୍ୟାନସର ଚିହ୍ନଟ ଓ ସଚେତନତା ଶିବିର

0

(ଓମ୍ ପ୍ରକାଶ ମିଶ୍ର / ସୋନପୁର ) : ସୁବର୍ଣ୍ଣପୁର ଜିଲ୍ଲା ଅଖିଳ ଭାରତୀୟ ମାରୱାଡ଼ି ଯୁବାମଞ୍ଚ ଶାଖା ପକ୍ଷରୁ ଆସନ୍ତା ୨୯ ତାରିଖ ଦିନ ଏକ ମାଗଣା କ୍ୟାନସର ଚିହ୍ନଟ ଓ ସଚେତନତା ଶିବିର ଅନୁଷ୍ଠିତ ହେବ। ସୋନପୁର ସ୍ଥାନୀୟ ଅଗ୍ରସେନ ଭବନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ମାରୱାଡ଼ି ଧର୍ମଶାଳା ଭଗବତୀ ପ୍ଳଟ ଠାରେ ହେବାକୁ ଥିବା ଏହି ଶିବିରରେ ରକ୍ତ ସର୍କରା,ହେମୋଗ୍ଲୋବିନ,ସିଏ ୧୨୫ ,ଆଦି ପରିକ୍ଷା ମାଗଣାରେ କରାଯିବା ସହ ମୁଖ ଗହ୍ୱର,କଣ୍ଠ କର୍କଟ,ସହ ବିଭିନ୍ନ କ୍ୟାନସର ରୋଗର ଚିହ୍ନଟ କରଣ ମଧ୍ୟ କରାଯିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀ ରେ ସୂଚନା ଦିଆଯାଇଛି।ଏହି ସାମ୍ବାଦିକ ସମ୍ମିଳନୀରେ ମାରୱାଡ଼ି ଯୁବାମଞ୍ଚ ସୋନପୁର ଜିଲ୍ଲା ଶାଖା ର ସଭାପତି ମନୋଜ ଅଗ୍ରଓଆଲା,ସଂପାଦକ ଅମିତ ଅଗ୍ରଓଆଲା ଙ୍କ ସହ ଯୁବାମଞ୍ଚର ଅନେକ ସଦସ୍ୟ ଉପସ୍ଥିତ ଥିଲେ।