ବ୍ୟୁରୋ : ରାଜ୍ୟରେ ଚଳିତ ଆର୍ଥିକ ବର୍ଷରୁ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବ। ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍ଓୟୁ ହେବ । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚଳିତ ଆର୍ଥିକ ବର୍ଷ ଠାରୁ ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଏମ୍ଓୟୁ ସ୍ବାକ୍ଷର ହେବ । କାଶ୍ମୀରରୁ କନ୍ୟାକୁମାରୀ ଯାଏଁ ୨୭ ହଜାର ହସ୍ପିଟାଲରେ ଏହି ଯୋଜନାରେ ସ୍ବାସ୍ଥ୍ୟ ସୁବିଧା ଉପଲବ୍ଧ ରହିବା ବେଳେ ଏହି କାର୍ଡ ସେସବୁଠି ବୈଧ ହେବ । ଏହା ଲାଗୁ ହେବା ପରେ ରାଜ୍ୟର ସ୍ବାସ୍ଥ୍ୟ ଯୋଜନା ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନାର ମିଳିତ ଲାଭ ଉଠାଇବେ । ଯାହା ରାଜ୍ୟବାସୀଙ୍କୁ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅଧିକ ସହଯୋଗ ଯୋଗାଇବ । କେବଳ ରାଜ୍ୟବାସୀ ନୁହେଁ ପ୍ରବାସୀ ଓଡିଆ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ । ଏଥିପାଇଁ ସାଢ଼େ ୩ କୋଟି ଲୋକଙ୍କୁ ସ୍ବତନ୍ତ୍ର କାର୍ଡ ଦିଆଯିବ ।
ତେବେ ଏନେଇ ଦୁଇଟି ଯୋଜନା ଗୋପବନ୍ଧୁ ଆରୋଗ୍ୟ ସହ ଆୟୁଷ୍ମାନ ଭାରତ ଯୋଜନା ମିଶି ଗୋଟିଏ କାର୍ଡ ପ୍ରଦାନ କରାଯିବ, କି ଉଭୟ ପୃଥକ କାର୍ଡ, ଉଭୟ ଯୋଜନାର ପାଇଁ ବୈଧ କରାଯିବ ସେନେଇ କୌଣସି ସୂଚନା ମିଳିନାହିଁ ।