ଉଦଳା ବ୍ଲକରେ ଶୁଭାରମ୍ଭ ହେଲା ଆୟୁଷ୍ମାନ ଯୋଜନା

0

ଉଦଳା-: ରାଜ୍ୟରେ ଆଜିଠୁ ଆୟୁଷ୍ମାନ ଯୋଜନା ଶୁଭାରମ୍ଭ ହୋଇଥିବା ବେଳେ କଟକ ବାଲିଯାତ୍ରା ପଡିଆରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା  ଅନୁଷ୍ଠାନିକ ଭାବେ ଏହାକୁ ଲୋକାର୍ପିତ କରିଛନ୍ତି ।  ଓଡିଶାର ୩ କୋଟି ୫୦ଲକ୍ଷ ଲୋକ ଏହି ଯୋଜନାରେ ସାମିଲ ହେବା ସହ ରାଜ୍ୟ ଓ ରାଜ୍ୟ ବାହାରେ ରହୁଥିବା ଓଡ଼ିଆ ଲୋକଙ୍କୁ ମାଗଣାରେ ଉନ୍ନତମାନର ଚିକିତ୍ସା ସେବା ମିଳିପାରିବ । ଦେଶର ୨୯ହଜାର ହସ୍ପିଟାଲରେ ଏହି ସେବା ଉପଲବ୍ଧ ହେବ। ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ୭୦ ବର୍ଷ ଓ ତଦୁର୍ଦ୍ଧ ବୟୋଜେଷ୍ଠ ନାଗରିକମାନଙ୍କୁ ବିନା କୌଣସି ମାନଦଣ୍ଡରେ ଏହି ସେବା ଯୋଗାଇ ଦିଆଯିବ ।  ତେବେ ଆଜି ଏହି ଅବସରରେ ଉଦଳା ବ୍ଲକ ରେ ଶ୍ରୀଦାମ ଚନ୍ଦ୍ରପୁର ହସ୍ପିଟାଲ ପରିସରରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଉଦଳା ବିଧାୟକ ଭାସ୍କର ମଢେଇ ଏବଂ ଉଦଳା ଏନଏସି ଅଧକ୍ଷା ପ୍ରମିଳା ପଣ୍ଡା । କପ୍ତିପଦା ଉପଖଣ୍ଡର ଉପଜିଲ୍ଲାପାଳ ସୁଶାନ୍ତ କୁମାର ବାରିକ, ଉଦଳା ବ୍ଲକ ଗୋଷ୍ଠୀଉନ୍ନୟନ ଅଧିକାରୀ ସମରଜିତ କର ମଧ୍ୟ ଉପସ୍ଥିତ ଥିଲେ ।

ସେହିପରି ଉଦଳା ବ୍ଲକର ରାଢୋ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ବଡ଼ ସିଙ୍ଗାରିଆ ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆୟୁଷ୍ମାନ ଯୋଜନାରେ ପରିବାର ପିଛା ଗୋଟିଏ କାର୍ଡ ଦିଆ ନ ଯାଇ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ କାର୍ଡ ପ୍ରଦାନ କରାଯିବ ବୋଲି ବିଧାୟକ ଭାସ୍କର ମଢେଇ ସୂଚନା ଦେଇଥିଲେ । ତେବେ ଯୋଜନାରେ କପ୍ତିପଦା ଉପଖଣ୍ଡ ତଥା ଉଦଳା ବ୍ଲକରେ ଯେମିତି କେହି ବି ହିତାଧିକାରୀ ଏହି ସ୍ୱାସ୍ଥ୍ୟ ସେବାରୁ ବାଦ ନପଡିବେ ସେଇଥି ନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସମସ୍ତ ସହଯୋଗ କରାଯିବ ବୋଲି ବିଧାୟକ କହିଛନ୍ତି ।