ଭୁବନେଶ୍ୱର: ଆୟୁଷ୍ମାନ ଯୋଜନାର ପାର୍ଟ ୨ ଆସନ୍ତା କାଲି ଜାତୀୟ ସ୍ତରରେ ପ୍ରଧାନମନ୍ତ୍ରୀ ଙ୍କ ଦ୍ଵାରା ଲଞ୍ଚ ହେବ । ଯାହାକୁ ଓଡିଶା କେବଳ ଗ୍ରହଣ କରିବ । ଯେହେତୁ ଓଡ଼ିଶାରେ ପୂର୍ବରୁ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିଲା ତେଣୁ ତାର ମୋଡ଼ାଲିଟ ବି ପ୍ରସ୍ତୁତ ହୋଇନାହିଁ । ଆମେ ଖୁବଶୀଘ୍ର ମୋଡ଼ାଲିଟ ପ୍ରସ୍ତୁତ କରି ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହାକୁ ଲାଗୁ କରିବୁ ।
ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଆୟୁଷ୍ମାନ ଯୋଜନା ପାର୍ଟ ୧ ଓ ୨ ଓଡିଶାରେ ଲାଗୁ କରିବା ପାଇଁ ଆମେ ପ୍ରସ୍ତୁତି ଚଳାଇଛୁ । ମୁଖ୍ୟମନ୍ତ୍ରୀ ଙ୍କ ସହ ବୈଠକ ସରିଛି ଓ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଚାଲିଛି । ଏଇ ଆର୍ଥକ ବର୍ଷ ଶେଷ ସୁଦ୍ଧା କାର୍ଡ ଇସ୍ୟୁ କରିବା ସହ ଯୋଜନାର ଶୁଭାରମ୍ଭ କରାଯିବ ।
ଉଭୟ ଆୟୁଷ୍ମାନ ଯୋଜନା ଓ ଗୋପବନ୍ଧୁ ଆରୋଗ୍ୟ ଯୋଜନାର ଗୋଟିଏ କାର୍ଡ ହେବ। ରାଜ୍ୟରେ ଏକ କୋଟି ପରିବାର ପାଇଁ ଏହି ନୂଆ କାର୍ଡର ବ୍ୟବସ୍ଥା କରାଯିବ । ନୂଆ କାର୍ଡ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଯୋଗାଇ ଦିଆଯିବ । ପୁରୁଣା କାର୍ଡ ରେ ପୂର୍ବରୁ ୯୫୦ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳୁଥିଲା ବର୍ତ୍ତମାନ ନୂଆ କାର୍ଡ ଲଞ୍ଚ ହେବା ପରେ ୨୭ ହଜାର ହସ୍ପିଟାଲରେ ଲୋକଙ୍କୁ ଚିକିତ୍ସା ସୁବିଧା ମିଳିବ ।