ୟୁଟୁବର ରଣବୀର ଆଲ୍ଲାହାବାଦିଆଙ୍କ ପଡକାଷ୍ଟକୁ ଯିବେନି ବି ପ୍ରାକ…

0

ବଢୁଛି ୟୁଟୁବର ରଣବୀର ଆଲ୍ଲାହାବାଦିଆଙ୍କ ବିବାଦ । ଇଣ୍ଡିଆଜ୍ ଗଟ୍ ଲାଟେଣ୍ଟ ସୋ’ରେ ତାଙ୍କ ଅଶାଳୀନ ପ୍ରଶ୍ନ ନେଇ ଏବେ ସମାଲୋଚନାର ସମ୍ମୁଖୀନ ହେଉଛନ୍ତି। କ୍ଷମା ମାଗିବା ସତ୍ତ୍ୱେ ବି ଅତିଥିମାନେ ତାଙ୍କ ‌ସୋ’କୁ ଆସିବାକୁ ମନା କରୁଛନ୍ତି। ଏବେ ଜଣାଶୁଣା ଗାୟକ ବି ପ୍ରାକ୍, ରଣବୀରଙ୍କ ପଡକାଷ୍ଟକୁ ଯିବେ ନାହିଁ ବୋଲି ମନା କରିଛନ୍ତି।


ବି ପ୍ରାକ୍ ଏକ ଭିଡିଓ ସେୟାର କରି କହିଛନ୍ତି ଯେ, ସେ ଆସନ୍ତା ସପ୍ତାହରେ ତାଙ୍କ ପଡକାଷ୍ଟକୁ ଯାଇଥାନ୍ତେ, କିନ୍ତୁ ଏବେ ସେ ଯିବେ ନାହିଁ। ରଣବୀରଙ୍କ ଅଶାଳୀନ ପ୍ରଶ୍ନ ତାଙ୍କୁ କ୍ରେଧିତ କରିଛି। ସେ କହିଛନ୍ତି, ମୁଁ ବିୟର ବାଇସେପ୍ସର ପଡକାଷ୍ଟକୁ ଯିବାର ଯୋଜନା ଥିଲା। କିନ୍ତୁ ଆମେ ତାହା ବାତିଲ କରିଦେଲୁ। କାରଣ ଏବେ ଜାଣିଲି ତାଙ୍କର ଚିନ୍ତାଧାରା କେତେ ଖରାପ। ସମୟ ରାଇନାଙ୍କ ସୋ’ରେ ସେ କିଭଳି ଅଶାଳୀନ ଶବ୍ଦ ବ୍ୟବହାର କରିଥିଲେ? ଏହା ଆମର ଭାରତୀୟ ସଂସ୍କୃତି ନୁହେଁ। ଏହା ଆମର ସଂସ୍କୃତି ନୁହେଁ। ତୁମେ ବାପାମାଙ୍କ ବିଷୟରେ ଏ କେଉଁ କାହାଣୀ କହୁଛ? ଏହା କ’ଣ ଏକ କମେଡି? ଏହା ଆଦୌ କମେଡି ନୁହେଁ। ଏହା ଷ୍ଟାଣ୍ଡ-ଅପ୍ କମେଡି ନୁହେଁ। ଲୋକଙ୍କୁ ଗାଳି ଦେବା, ଗାଳି କରିବାକୁ ଶିଖାଇବା, ଏ କେଉଁ ପିଢ଼ି? ମୁଁ ବୁଝିପାରୁନାହିଁ।


ଏହା ପରେ ରଣବୀରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ”ରଣବୀର ଆଲ୍ଲାହାବାଦିଆ, ତୁମେ ଧର୍ମ ବିଷୟରେ କଥା ହୁଅ, ତୁମେ ଆଧ୍ୟାତ୍ମିକତା ବିଷୟରେ କଥା ହୁଅ, ତୁମର ପଡକାଷ୍ଟକୁ ଏତେ ବଡ଼ ଲୋକ ଆସନ୍ତି, ‌କେତେ ବଡ଼ ବଡ଼ ସନ୍ଥ ତୁମ ପଡକାଷ୍ଟକୁ ଆସିଛନ୍ତି…ଏତେ ସବୁ ପରେ ବି ତୁମର ଚିନ୍ତାଧାରା ଏତେ ଖରାପ। ବନ୍ଧୁଗଣ, ମୁଁ ଆପଣଙ୍କୁ କେବଳ ଗୋଟିଏ କଥା କହିବି, ଯଦି ଆମେ ଏସବୁକୁ ବନ୍ଦ ନକରିପାରିବା, ତେବେ ଆମ ପିଲାମାନଙ୍କର ଭବିଷ୍ୟତ ବହୁତ ଖରାପ ହେବ। ଦୟାକରି, ସମୟ ରାଇନା ଏବଂ ସେହି ସୋ’କୁ ଆସୁଥିବା ଅନ୍ୟ ହାସ୍ୟ ଅଭିନେତାମାନଙ୍କୁ ହାତ ଯୋଡି ବିନମ୍ରତାର ସହିତ ଏହା ନକରିବାକୁ ଅନୁରୋଧ କରୁଛି।