ଆଖଡାରୁ ବାବା ଅଭୟ ସିଂଙ୍କୁ ବହିଷ୍କୃତ

0

ଦିଲ୍ଲୀ; ମହାକୁମ୍ଭ ମେଳାରେ ଅନେକଙ୍କୁ ନେଇ ଚର୍ଚ୍ଚା ହେଉଛି । କିଏ ନିଜ ସୁନ୍ଦରତା ପାଇଁ ତ ଆଉ କିଏ ସୁନା ପିନ୍ଧି ଥିବା ନେଇ । ସେମିତି କୁମ୍ଭ ମେଳାରେ ଭାଇରାଲ ହୋଇଥିଲେ ଆଇଆଇଟି ବାବା । ସେ ଜଣେ ଉଚ୍ଚ ଦରମାପ୍ରାପ୍ତ କର୍ମଚାରୀ ଥିଲେ । ଚାକିରୀ କ୍ୟାରୟର ଛାଡି ଆଧ୍ୟାତ୍ମିକତା ଗ୍ରହଣ କରିଥିଲେ । ତାଙ୍କ ସଂପୂର୍ଣ୍ଣ ନାଁ ଅଭୟ ସିଂହ । ଆଇଆଇଟି ବାବା’ ଓରଫ୍ ଅଭୟ ସିଂହ, ମେଳାରେ ସାକ୍ଷାତକାର ନେବା ପରେ ଏବଂ ଆଇଆଇଟି ବମ୍ବେର ଏରୋସ୍ପେସ୍ ଇଞ୍ଜିନିୟରିଂର ଛାତ୍ର ବୋଲି ଜଣାପଡ଼ିବା ପରେ ଭାଇରାଲ ହୋଇଥିଲେ ।ସିଂହ କହିଥିଲେ ଯେ ଜ୍ଞାନର ଅନ୍ୱେଷଣ ତାଙ୍କୁ ଉତ୍ସବରେ ଅଂଶଗ୍ରହଣ କରିବା ପାଇଁ ପ୍ରୟାଗରାଜକୁ ନେଇଯାଇଥିଲା।

 

ଭାଇରାଲ ହେବା ପରେ ତାଙ୍କୁ ନେଇ ସବୁଆଡେ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ବାବାଙ୍କ ମନ୍ତବ୍ୟ ତାଙ୍କୁ ଅଡୁଆରେ ପକାଇଛି । ନିଜ ଗୁରୁଙ୍କ ନାଁରେ ବିବାଦୀୟ ମନ୍ତବ୍ୟ ଦେଇ ବାସନ୍ଦ ହୋଇଛନ୍ତି । ଆଖଡାରୁ ବାବା ଅଭୟ ସିଂଙ୍କୁ ବହିଷ୍କୃତ କରାଯାଇଛି । ବାବା ତାଙ୍କ ଗୁରୁ ମହନ୍ତ ସୋମେଶ୍ବର ପୁରୀ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ଉପରେ ଏଭଳି କାର୍ୟ୍ୟାନୁଷ୍ଠାନ ନିଆଯାଇଛି । ବାବା ଅଭୟଙ୍କୁ ଆଖଡା ଭିତରେ ପ୍ରବେଶ କରିବାକୁ ବାରଣ କରାଯାଇଛି ।

ଜୁନା ଆଖଡାର ମୁଖ୍ୟ ମହନ୍ତ ହରି ଗିରି କହିଛନ୍ତି, ଏହି ଆଖଡା ସନ୍ନ୍ୟାସ ନିୟମ କାନୁନ ଅନୁସାରେ ଚାଲେ, ଏଥିରେ ଯେଉଁମାନେ ଅବହେଳା କରନ୍ତି ସେମାନଙ୍କୁ ସନ୍ନ୍ୟାସୀ ଭାବେ ଗଣାଯାଏନାହିଁ । ବାବା ଅଭୟ ସିଂ ତାଙ୍କୁ ଗୁରୁଙ୍କୁ ଅସମ୍ମାନ କରିଛନ୍ତି । ଯାହା ସନାତନ ଧର୍ମ ଏବଂ ଜୁନା ଆଖାଡା ନିୟମ ବିରୋଧୀ । ସେ ହୁଅନ୍ତ ଅବା ଅନ୍ୟ କେହି ନିୟମ ଉପରେ ନୁହେଁ । ବାବା ଅଭୟ ତାଙ୍କ ଗୁରୁଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିବାରୁ ତାଙ୍କୁ ଆଖଡାର ଶୃଙ୍ଖଳା କମିଟି ତାଙ୍କୁ ଆଖଡାରୁ ବହିଷ୍କୃତ କରିଛି ।