ନିଜକୁ ଭଗବାନ କହି ଭକ୍ତଙ୍କୁ ଠକୁଛନ୍ତି ବାବା

0

ଭୁବନେଶ୍ବର: ଭକ୍ତି ନାରେ ଚାଲିଛି ପ୍ରହସନ । ନିଜକୁ ଭଗବାନ କହି ଭକ୍ତଙ୍କୁ ଠକୁଛନ୍ତି ବାବା ।  ପାଦରେ ତୁଳସୀ ଚଢାଇ ଭଗବାନ ଭାବେ ଚାଲିଛି ପୂଜାର୍ଚ୍ଚନା। ରୋଜଗାର ପାଇଁ ଏହି ପିଲାଟିକୁ ତାର ବାପା ମା ଏହିଭଳି ଭଗବାନ ଭାବେ ସଜାଇଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସମାଜସେବୀ ମହାସଂଘ। ପିଲାଟିର ପାଦରେ ତୁଳସୀ ପତ୍ର ଚଢାଇବା ଧର୍ମ ବିରୋଧୀ କାର୍ଯ୍ୟ ବୋଲି ଅଭିଯୋଗ କରି ଆଜି ରାଜ୍ୟ ସମାଜସେବୀ ମହାସଂଘ ପକ୍ଷରୁ ଭରତପୁର ଥାନାରେ ଏତଲା ଦିଆଯାଇଛି।

ସୂଚନା ଅନୁସାରେ, ଖଣ୍ଡଗିରିର ବୈକୁଣ୍ଠ ଧାମ ନାମକ ଏକ ଆଶ୍ରମରେ କାଶୀନାଥ ମିଶ୍ର ନାମକ ଜଣେ ବ୍ୟକ୍ତି ଭକ୍ତି ନାମରେ ଧନ୍ଦା କରୁଥିବା ଅଭିଯୋଗ ହୋଇଛି ।ସେ ନିଜ ନାବାଳକ ପୁଅକୁ ନେଇ ଧର୍ମ ନାମରେ ଧନ୍ଦା ଚଳାଇଛନ୍ତି ବୋଲି ଅଭିଯୋଗ କରିଛି ଓଡ଼ିଶା ସମାଜସେବୀ ମହାସଂଘ । କାଶୀନାଥ ନିଜ ପୁଅଙ୍କୁ ବିଷ୍ଣୁଙ୍କ ଅବତାର ଭାବେ ଦର୍ଶାଇ ପାଦରେ ତୁଳସୀ ଓ ଗୀତା ରଖିଥିବା ଫୋଟ ଏବେ ଭାଇରାଲ ହେବା ପରେ ଏହାକୁ ନେଇ ଏବେ ବିବାଦ ଜୋର୍ ଧରିଛି । ଯାହାକି ହିନ୍ଦୁ ଧର୍ମର ଘୋର ଅପମାନ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଏହାସହ ନାବାଳକ ପୁଅକୁ ଧର୍ମ ନାମରେ ବେପାର କରାଇ ତାର ପାଠ ପଢ଼ିବା ଅଧିକାରକୁ ତାଙ୍କ ବାପା କ୍ଷୁର୍ଣ୍ଣ କରୁଛନ୍ତି ବୋଲି କହିଛି ମହାସଂଘ। ଏହାକୁ ମହାସଂଘ ଘୋର ବିରୋଧ କରୁଛି ।