ନୂଆଦିଲ୍ଲୀ : କ୍ଷମା ମାଗିଛନ୍ତି ଯୋଗ ଗୁରୁ ବାବା ରାମଦେବ । ବିଭ୍ରାନ୍ତକାରୀ ବିଜ୍ଞାପନ ପାଇଁ ପତଞ୍ଜଳୀ ସାମଗ୍ରୀ ବିରୋଧରେ ହୋଇଥିବା ମାନହାନି ମାମଲାକୁ କ୍ଷମା ପ୍ରାର୍ଥନା ପରେ ସୁପ୍ରିମକୋର୍ଟ ବନ୍ଦ କରିଥିବା ସୂଚନା । ବାବା ରାମଦେବ ଓ ପରିଚାଳନା ନିର୍ଦ୍ଦେଶକ ଆଚାର୍ଯ୍ୟ ବାଲକ୍ରିଷ୍ଣାଙ୍କୁ ସୁପ୍ରିମକୋର୍ଟ ଆଶ୍ବସ୍ତି ଦେଇଛନ୍ତି । ଉଭୟଙ୍କ କ୍ଷମା ପ୍ରାର୍ଥନାକୁ ଗ୍ରହଣ ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଥିବା ଜଣାପଡିଛି ।
ସୂଚନା ଯୋଗ୍ୟ ଯେ, ପତଞ୍ଜଳୀ ଉପରେ କୋଭିଡି-୧୯ ଟିକାକରଣକୁ ନେଇ ଏକ ଅଭିଯାନ ଚାଲିଥିବାର ଆରୋପ ଲଗାଇଥିଲା ଇଣ୍ଡିଆନ ମେଡିକାଲ ଆସୋସିଏସନ। ଆବେଦନରେ ପ୍ରକାଶ ଥିଲା ଯେ, ପତଞ୍ଜଳିର ବିଭ୍ରାନ୍ତିକର ବିଜ୍ଞାପନ ଯୋଗୁଁ ଏଲୋପାଥି ଔଷଧ ଅବହେଳିତ ହେଉଛି । ପରେ କୋର୍ଟ ଚେତାବନୀ ଦେଇଥିଲେ ଯେ, ପତଞ୍ଜଳୀ ଆୟୁର୍ବେଦ, ମିଥ୍ୟା ଓ ବିଭ୍ରାନ୍ତିକର ବିଜ୍ଞାପନ ବନ୍ଦ କରୁ । ଲୋକଙ୍କୁ ବିଚଳିତ କରିବା ପରି ବିଜ୍ଞାପନକୁ ନେଇ ସୁପ୍ରିମକୋର୍ଟ ନୋଟିସ ପଠାଇବା ପରେ ବାବା ରାମଦେବ ଓ ଆଚାର୍ଯ୍ୟ ବାଲକ୍ରିଷ୍ଣା କ୍ଷମା ପ୍ରାର୍ଥନା କରିଥିଲେ । ଶୁଣାଣି ଉପରେ କୋର୍ଟଙ୍କ ପକ୍ଷରୁ ରାୟ ସଂରକ୍ଷିତ ରଖାଯାଇଥିବା ବେଳେ ଆଜି ଦୁହେଁଙ୍କ କ୍ଷମା ପ୍ରାର୍ଥନା ଗ୍ରହଣ କରି ମାମଲା ବନ୍ଦ କରିଥିବା ନେଇ ରାୟ ଶୁଣାଯାଇଛି ।