( ସଂଜୁକ୍ତା): ଯୋଗଗୁରୁ ତଥା ବ୍ୟବସାୟୀ ବାବା ରାମଦେବ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟିକୁ ଜୋରଦାର ଝଟକା ଦେଇଛନ୍ତି । ସେ ୨୦୧୯ ସାଧାରଣ ନିର୍ବାଚନରେ କୌଣସୀ ରାଜନୈତିକ ଦଳ ପାଇଁ ପ୍ରଚାର କରିବେ ନାହିଁ ବୋଲି କହିଛନ୍ତି । ଗତ ୨୦୧୪ ଲୋକସଭା ନିର୍ବାଚନରେ ସେ ବିଜେପିକୁ ସମର୍ଥନ କରି ପ୍ରଚାର କରୁଥିଲେ ।
ଗତକାଲି ଦିଲ୍ଲୀର ଏକ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା ରାମଦେବ କହିଛନ୍ତି ଯେ ୨୦୧୯ ନିର୍ବାଚନକେ କୌଣସି ଦଳକୁ ସମର୍ଥନ କରିବେ ନାହିଁ । ସେ ନିରପେକ୍ଷ ରହିବେ । ଗତ ନିର୍ବାଚନରେ ସେ ବିଜେପିକୁ ସମର୍ଥନ କରିଥିଲେ ଏବଂ କଳାଧନ, ତୈଳ ବୃଦ୍ଧି ଆଦି ପ୍ରସଙ୍ଗରେ ମନମୋହନ ସରକାରଙ୍କୁ ସମାଲୋଚନା କରିଥିଲେ । ଏପରିକି ସେ କଂଗ୍ରେସ ବିରୋଧରେ ମୋର୍ଚ୍ଚା ମଧ୍ୟ ଖୋଲିଥିଲେ ।
ଏହି ଅବସରରେ ବାବା ରାମଦେବ କହିଛନ୍ତି ଯେ, ପତଞ୍ଜଳିରେ କୌଣସୀ ବିଦେଶି ନିବେଶକଙ୍କୁ ଅନୁମତି ଦିଆଯିବ ନାହିଁ । ସେ ସେୟାର ବଜାରରେ ମଧ୍ୟ କାରବାର କରୁ ନାହାନ୍ତି । ଏହାପରେ ମଧ୍ୟ କମ୍ପାନୀ ଦେଶର ସବୁଠାରୁ ବଡ ଏଫଏମସିଜି କମ୍ପାନୀ । ଗୋପାଳନ କ୍ଷେତ୍ରରେ ମଧ୍ୟ କମ୍ପାନୀ ବହୁତ ଆଗକୁ ବଢିଛି । ଅତିଶୀଘ୍ର ସେ ବୟନଶିଳ୍ପରେ ପାଦ ଦେବେ । ପତଞ୍ଜଳି ଏବେ ଅନ୍ତରାଷ୍ଟ୍ରୀୟ ବ୍ରାଣ୍ଡ ହୋଇ ସାରିଛି । ନେପାଳରେ ଆଉ ଏକ କେନ୍ଦ୍ର ଖୋଲାଯାଇଛି । ଅତି ଶୀଘ୍ର ବାଂଲାଦେଶ, ଶ୍ରୀଲଙ୍କା ଏବଂ ଆଫ୍ରିକାରେ ଏହାର ଶାଖା ଖୋଲିବ ବୋଲି ଯୋଗଗୁରୁ କହିଛନ୍ତି ।