ରାଜନୀତିକୁ ଅଲବିଦା କହିଲେ ବାବୁଲ ସୁପ୍ରିୟୋ

0

କୋଲକାତା: ବରିଷ୍ଠ ବିଜେପି ନେତା ତଥା ଲୋକସଭା ସାଂସଦ ବାବୁଲ ସୁପ୍ରିୟୋ ଏକ ଅପ୍ରତ୍ୟାଶିତ ଘଟଣାକ୍ରମରେ ରାଜନୀତିରୁ ଅବସର ଘୋଷଣା କରିଛନ୍ତି। ବାବୁଲ ପଶ୍ଚିମବଙ୍ଗରୁ ନିର୍ବାଚିତ ହୋଇ ଲୋକସଭାକୁ ଯିବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସୁଯୋଗ ପାଇଥିଲେ। କିନ୍ତୁ ନିକଟରେ ହୋଇଥିବା ମନ୍ତ୍ରିମଣ୍ଡଳ ଅଦଳ ବଦଳ ବେଳେ ତାଙ୍କୁ ପଦ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା। ପଦରୁ ବିଦା ହେବା ପରେ ସେ ଆଜି ସୋଶାଲ ମିଡିଆରେ ରାଜନୀତିକୁ ଅଲବିଦା କହିଛନ୍ତି ।
ସେ ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ସମସ୍ତଙ୍କ କଥା ଶୁଣିଲି। ଜଣାଇବାକୁ ଚାହୁଁଛି ଯେ, ମୁଁ କୌଣସି ପାର୍ଟିକୁ ଯାଉ ନାହିଁ। ମୋତେ କୌଣସି ପାର୍ଟି ତରଫରୁ ମଧ୍ୟ ଫୋନ୍ ଆସିନାହିଁ। ମୁଁ ଜଣେ ଦଳର ଖେଳାଳି। ସର୍ବଦା ଗୋଟିଏ ଦଳର ସମର୍ଥନ କରିଛି। ସୁପ୍ରିୟୋ ନିଜର ଇସ୍ତଫାର ଘୋଷଣା ସାମାଜିକ ଗଣମାଧ୍ୟମରେ ଏକ କବିତା ରୂପେ କରିଛନ୍ତି। ସେ ଲେଖିଛନ୍ତି, ଯଦି ସାମାଜିକ କାର୍ୟ୍ୟ କରିବାର ଅଛି ତେବେ ରାଜନୀତି ବିନା ମଧ୍ୟ ହୋଇ ପାରିବ।