ଭୁବନେଶ୍ବର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର। ୩ ଦିନ ପରେ ଉଦ୍ଧାର ହେଲା ରାଜଧାନୀରୁ ଚୋରି ଶିଶୁ ପୁତ୍ର। ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୁଲିସ। ଶିଶୁପୁତ୍ରକୁ ସୁରକ୍ଷିତ ଭାବେ ଭୁବନେଶ୍ୱର ଆଣି ଆସୁଛି କମିଶନରେଟ ପୁଲିସ। ସେପଟେ ଆଜି ସାମ୍ନାକୁ ଆସିଥିଲା ପିଲା ଚୋରି ବେଳର ସିସିଟିଭି। ଖାରବେଳ ନଗର ଥାନା ଅନ୍ତର୍ଗତ ରାମ ମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଦୁଇବର୍ଷର ଶିଶୁପୁତ୍ର ଚୋରି ଘଟଣାରେ ମିଳିଥିଲା ସିସିଟିଭି ଫୁଟେଜ।
ସୂଚନା ଅନୁସାରେ ଶନିବାର ବିଳମ୍ବିତ ରାତି ପ୍ରାୟ ୩ଟାରେ ରାଜଧାନୀ ରାମ ମନ୍ଦିର ନିକଟରୁ କିଛି ଦୁର୍ବୁତ୍ତ ଜଣେ ଜଣେ ଦୃଷ୍ଟି ବାଧିତ ମହିଳାଙ୍କ କୋଳରୁ ପିଲା ଚୋରି କରିନେଇଥିଲେ। ସମ୍ପୃକ୍ତ ମହିଳା ଜଣକ ଏ ନେଇ ଖାରବେଳନଗର ଥାନାରେ ଅଭିଯୋଗ କରିଥିଲେ। ଆଜି ବାଲେଶ୍ଵରରୁ ଅପହୃତ ଶିଶୁ ଟିକୁ ଉଦ୍ଧାର କରାଯାଇଛି। ତେବେ ଅଭିଯୁକ୍ତ ଜଣକ କେଉଁ ଉଦ୍ଦେଶ୍ୟରେ ଶିଶୁଟିକୁ ଚୋରି କରିଥିଲା, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ। ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ ରାମ ମନ୍ଦିର ନିକଟରେ ଭିକ୍ଷାବୃତ୍ତି ସହିତ ବିଭିନ୍ନ ସମାଗ୍ରୀ ବିକ୍ରି କରି ପରିବାର ପୋଷଣ କରନ୍ତି। ତାଙ୍କର ଏକ ଦେଢ଼ ବର୍ଷର ଶିଶୁ ଏବଂ ଆଉ ଏକ ୪ ବର୍ଷର ଶିଶୁକନ୍ୟା ରହିଛନ୍ତି।