ଭୁବନେଶ୍ୱର: ଚନ୍ଦକା ଗୋଡିବାର ଜଙ୍ଗଲରେ ଛୁଆ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ହାତୀ ଛୁଆର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ହାତୀ ଛୁଆର ବୟସ ୩ ବର୍ଷ ହୋଇଥିବା ବେଳେ ସେ ବଲାଙ୍ଗିର ଜିଲ୍ଲା ଦେୱଗାଁରୁ ଆସିଥିଲା । ତେବେ କିଛି ଦିନ ହେବ ଗଳାରେ କ୍ଷତ ଥିବାରୁ ଚିକିତ୍ସିତ ହେଉଥିଲା ହାତୀ ଛୁଆ ।
ତା ପାଟିରେ ଘା’ ହୋଇଥିବାରୁ କିଛି ଖାଇ ପାରୁ ନଥିଲା। ଓୟୁଏଟିର ଏକ ଟିମ୍ ଗୋଡ଼ିବାରିରେ ହାତୀର ଚିକିତ୍ସା କରୁଥିଲେ। ୧୦ରୁ ଅଧିକ ଦିନ ହେବ ହାତୀର ଚିକିତ୍ସା ଚାଲୁଥିଲା, ତାକୁ ସାଲାଇନ୍ ଦିଆଯାଉଥିଲା। ବର୍ତ୍ତମାନ ସୁଦ୍ଧା ହରପିସ ରୋଗରେ କେବଳ ମାମାର ମୃତ୍ୟୁ ହୋଇଛି ଆଉ କାହାର ହୋଇନଥିବା ଚନ୍ଦକା ଡିଏଫଓଙ୍କ ସୂଚନା ଦେଇଛନ୍ତି।