ବଲାଙ୍ଗିର: ପୁଣି ଅଲୋଡା ହେଲା ଶିଶୁକନ୍ୟା । ଶୌଚାଳୟରୁ ଉଦ୍ଧାର ହୋଇଛି ଶିଶୁକୁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗିରରେ । ବଲାଙ୍ଗିରର ସରକାରୀ ମେଡିକାଲ କଲେଜ ଶୌଚାଳୟରୁ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଏହି ସରକାରୀ ମେଡିକାଲ କଲେଜ ହେଉଛି ଭୀମଭୋଇ ମେଡିକାଲ କଲେଜ । ଆଜି ସକାଳୁ ମହିଳା ମେଡିସିନ୍ ୱାର୍ଡର ଶୌଚାଳୟରେ ଶିଶୁକନ୍ୟା ପଡିଥିବାର ଗୋରୀମାନେ ଦେଖିବାକୁ ପାଇଥିଲେ । ପରେ ନର୍ସ ଏହି ଶିଶୁ କନ୍ୟାକୁ ଉଦ୍ଧାର କରି ଡାକ୍ତରଙ୍କୁ ଜଣାଇଥିଲେ । ଶିଶୁଟିର ଓଜନ କମ୍ ରହିଥିବା ଜଣାପଡିଛି । ସେପଟେ ଶିଶୁ ସୁରକ୍ଷା ଅଧିକାରୀ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଶିଶୁଟିକ୍ୁ କିଏ ଏବଂ କାହିଁକି ପରିତ୍ୟକ୍ତ ଅବସ୍ଥାରେ ଛାଡିକି ଯାଇଛି ,ତାହା ଏପର୍ଯ୍ୟନ୍ତ ଜଣାପଡି ନାହିଁ ।