( ଶେଖ ଅର୍ଶଦୁଲ ହକ ): ମହାପ୍ରଭୁ ଶ୍ରୀ ଶ୍ରୀ ଧବଳେଶ୍ବର ପ୍ରସିଦ୍ଧ ବଡ଼ଓଷା ଯାତ୍ରା ପାଇଁ ପୀଠ ଚଳଚଞ୍ଚଳ ହୋଇଉଠିଛି। ପବିତ୍ର ପଞ୍ଚୁକ ରେ ଖୋର୍ଦ୍ଧା ନିକଟସ୍ଥ ଗୁରୁଜଙ୍ଗ ଧବଳେଶ୍ୱର ପୀଠରେ ପାଳିତ ହେଉଛି ବଡ଼ଓଷା। ଏହା ସମସ୍ତ ଓଷା ମଧ୍ୟରୁ ‘ ବଡ଼ଓଷା’ ମୁଖ୍ୟ ଅଟେ। ପବିତ୍ର ମାସ କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ଦିନ ଏହି ବଡ଼ଓଷା ପାଳନ କରାଯାଉଛି। ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ବହୁତ ଦୂରଦୂରାନ୍ତରୁ ଏଠି ଆଗମନ ହୋଇଛନ୍ତି। ପୋଲିସ ପ୍ରଶାସନ ପକ୍ଷରୁ ଟ୍ରାଫିକ ନିୟନ୍ତ୍ରଣ ପାଇଁ ବ୍ୟାପକ ପଦକ୍ଷେପ ନିଆଯାଇଛି। ଏହି ଅବସରରେ ବହୁତ ଅସ୍ଥାୟୀ ଦୋକାନ ବଜାର ର ଆୟୋଜନ କରାଯାଇଛି।