ଚାଲିଛି ପ୍ୟାରିସ ଅଲିମ୍ପିକ୍ସ । ମୈଦାନରେ କସରତ କରୁଛନ୍ତି ସମସ୍ତ ଦେଶର ଖେଳାଳି । ଏହାରି ଭିତରେ ଭରତ ପାଇଛି ୨ଟି ପଦକ । ଏବେ ଆଉ ଏକ ପଦକ ଅଣିବାକୁ ରଣ କ୍ଷେତ୍ରରେ ଚାଲିଛି ଚେଷ୍ଟା । ଏହାରି ଭିତାର ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ । ସେ ଇଷ୍ଟୋନିଆର କ୍ରିଷ୍ଟିନ କୁବାଙ୍କୁ ପରାସ୍ତ କରିଛନ୍ତି । ଏହି ମ୍ୟାଚକୁ ପିଭି ସିନ୍ଧୁ ସିଧାସଳଖ ସେଟରେ ଜିତି ଯାଇଛନ୍ତି । ସେ ଇଷ୍ଟୋନିଆ ଖେଳାଳିଙ୍କୁ ପ୍ରାୟ ୩୪ ମିନିଟରେ ହରାଇଛନ୍ତି । ଏହାପୂର୍ବରୁ ପ୍ରଥମ ରାଉଣ୍ଡରେ ସେ ମଲଦ୍ୱୀପର ଫାତିମା ନବାହା ଅବଦୁଲ ରାଜାକଙ୍କୁ ଏକପାଖିଆ ମ୍ୟାଚରେ ପରାସ୍ତ କରିଥିଲେ ।
ସୂଚନା ଅନୁଯାୟୀ , ମ୍ୟାଚ ଅରମ୍ଭରୁ ହିଁ ପିଭି ସିନ୍ଧୁ ନିଜର ଦବଦବା ବଜାୟ ରଖିଥିଲେ । ସେ ଅତି ସହଜରେ ୨୧-୫ରେ ପ୍ରଥମ ସେଟ ଜିତିଥିଲେ । ସେହିପରି ଦ୍ୱିତୀୟ ସେଟରେ ମଧ୍ୟ ସିନ୍ଧୁଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରତ୍ୟାବର୍ତ୍ତନ କରିପାରି ନ ଥିଲେ ଏବଂ ଭାରତୀୟ ତାରକା ଦ୍ୱିତୀୟ ସେଟକୁ ୨୧-୨୦ରେ ଜିତି ଯାଇଥିଲେ । ପ୍ୟାରିସ ଅଲିମ୍ପିକରେ ପିଭି ସିନ୍ଧୁ କ୍ରମାଗତ ଦ୍ୱିତୀୟ ବିଜୟ ହାସଲ କରିଛନ୍ତି ।