ବ୍ୟାଡ଼ମିଣ୍ଟନ ଷ୍ଟାର ଋତୁପର୍ଣ୍ଣାଙ୍କୁ ଯୁଗ୍ମ ସଫଳତା

0

(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ଓଡ଼ିଶାର ବ୍ୟାଡ଼ମିଣ୍ଟନ  ଷ୍ଟାର ଶଟ୍ଲର ରୁତୁପର୍ଣ୍ଣାଙ୍କୁ ମିଳିଛି ଯୁଗଳ ସଫଳତା । ନାଇଜେରିଆରେ ଅନୁଷ୍ଠିତ ଲାଗୋସ ଅନ୍ତର୍ଜାତୀୟ ବ୍ୟାଡ଼ମିଣ୍ଟନ କ୍ଲାସିକ୍ ଟୁର୍ନାମେଣ୍ଟରେ ତାଙ୍କୁ ମିଳିଛି ଏହି ସଫଳତା । ମିକ୍ସଡ଼୍ ଡ଼ବଲ୍ସରେ ରୌପ୍ୟ ଓ ମହିଳା ଡ଼ବଲ୍ସ ପ୍ରତିଯୋଗିତାରେ ବ୍ରୋଞ୍ଚ ପଦକ ହାସଲ କରିଛନ୍ତି । ଏହି ପ୍ରତିଯୋଗିତା ୨୫,୦୦୦ ୟୁଏସ୍ ଡ଼ଲାର ପୁରାସ୍କାର ବିଶିଷ୍ଟ ଥିଲା ।
ରାମଚନ୍ଦ୍ର ଶ୍ଳୋକଙ୍କୁ ସାଥୀ କରି ଖେଳୁଥିବା ଋତୁପର୍ଣ୍ଣା ମିକ୍ସଡ୍‌ ଡବଲ୍ସ ଫାଇନାଲରେ ନିଜ ଦେଶର ମନୀଷା କେ. ଓ ଏମ୍‌.ଆର୍‌. ଅର୍ଜୁନଙ୍କ ଯୋଡ଼ିଠାରୁ ୨-୦(୨୧-୧୬, ୨୧-୧୭) ଗେମ୍‌ରେ ପରାସ୍ତ ହୋଇ ରନର୍ସଅପ୍‌ ହୋଇଥିଲେ। ସେହିପରି ଶୁକ୍ରବାର ଅନୁଷ୍ଠିତ ମହିଳା ଡବଲ୍ସ ସେମିଫାଇନାଲ୍‌ରେ ମନୀଷା କେ.ଙ୍କୁ ସାଥୀକରି ଖେଳୁଥିବା ଋତୁପର୍ଣ୍ଣା ସେମିଫାଇନାଲ ମ୍ୟାଚରେ ତୁର୍କୀ ଯୋଡ଼ିଙ୍କ ନିକଟରୁ ୨-୧(୨୧-୧୩, ୧୩-୨୧, ୨୧-୧୪) ଗେମ୍‌ରେ ପରାସ୍ତ ହୋଇ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲେ।