ଉତ୍ତରାଖଣ୍ଡ: ଶୀତ ପାଇଁ ବଦ୍ରୀନାଥ ଧାମ ବନ୍ଦ ହୋଇଛି । ଆଜି ଠାରୁ ଶେଷ ହୋଇଛି ଚାରିଧାମ ଯାତ୍ରା । ଉତ୍ତରାଖଣ୍ଡରେ ବଦ୍ରିନାଥ ପୀଠର ଦ୍ବାର ଶନିବାର ଅପରାହ୍ନରେ ବନ୍ଦ ହୋଇଛି । ବଦ୍ରିନାଥ ପୀଠକୁ ଆଜି ୪ କ୍ୱିଣ୍ଟାଲ ଗେଣ୍ଡୁ ଫୁଲରେ ସଜା ଯାଇଥିଲା । ବହୁସଂଖ୍ୟାରେ ଶ୍ରଦ୍ଧାଳୁ ଏହା ଦେଖିବା ପାଇଁ ଏକତ୍ରିତ ହୋଇ ଥିଲେ । ଚଳିତ ବର୍ଷ ୧୮ ଲକ୍ଷ ୧୬ ହଜାର ତୀର୍ଥଯାତ୍ରୀ ବଦ୍ରିନାଥ ଧାମ ପରିଦର୍ଶନ କରିଛନ୍ତି । ପୂର୍ବରୁ ଶୀତ ଋତୁ ପାଇଁ କେଦାରନାଥ, ଗଙ୍ଗୋତ୍ରୀ ଓ ଯମୁନୋତ୍ରୀ ଧାମ ବନ୍ଦ ହୋଇ ସାରିଛି । ସେପଟେ କେରଳ ସବରିମାଳା ମନ୍ଦିର ଆଜିଠୁ ଭକ୍ତଙ୍କ ନିମନ୍ତେ ଖୋଲି ଦିଆଯାଇଛି । ମନ୍ଦିର ଦ୍ୱାର ଖୋଲିବା କ୍ଷଣିହିଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି ।