(ପାରାଦ୍ଵୀପ / ପ୍ରଶାନ୍ତ କୁମାର ସ୍ବାଇଁ): ପୁରୀ ଠାରେ ବଗଲା ଧର୍ମଶାଳା ଜମି ହଡ଼ପ ସମ୍ପର୍କରେ ଆଜି ପାରାଦ୍ଵୀପ ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ପାରାଦ୍ଵୀପ ଅତିରିକ୍ତ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ପ୍ରଦାନ କରାଯାଇଛି। ଲାଭଖୋର ମନୋବୃତ୍ତି ନେଇ କୋଟି କୋଟି ଭକ୍ତ ମାନଙ୍କର ଭାବାବେଗକୁ କୁଠାରଘାତ କରି ବଗଲା ଧର୍ମଶାଳାର ଦାନ ସୂତ୍ରରେ ମିଳିଥିବା ଭୂମିକୁ ବ୍ୟବସାୟ ଉଦ୍ଦେଶ୍ୟରେ ପ୍ରଦାନ କରାଯିବା ଏକ ହୀନ ପ୍ରୟାସ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଭୁ-ସମ୍ପତ୍ତିକୁ ବେଆଇନ ଭାବରେ ହଡ଼ପ କରାଯିବା ଯୋଜନାକୁ ନେଇ ପାରାଦ୍ଵୀପ ଶାଖା ଶ୍ରୀ ଜଗନ୍ନାଥ ଗବେଷଣା ପ୍ରତିଷ୍ଠାନ ପକ୍ଷରୁ ଗବେଷକ ଧୃତିଧର ଦାସ ଏହାକୁ ଏକ ନିନ୍ଦନୀୟ କାର୍ୟ୍ୟ ବୋଲି କହିବା ସହିତ ଏହାକୁ ପୁନର୍ବିଚାର କରି ସେଇ ୩୪୦ ଡେସିମିଲି ଜମିକୁ ଚଞ୍ଚକତା ପୂର୍ବକ ଯେଉଁ ୬ଜଣଙ୍କୁ ପ୍ରଦାନ କରାଯାଇଛି ତାହାକୁ ତୁରନ୍ତ ଫେରାଇ ଅଣାଯାଉ । ଏଥିସହିତ ଦାନ ସୂତ୍ରରେ ମିଳିଥିବା ଜମିକୁ ଶ୍ରୀ ଜଗନ୍ନାଥଙ୍କ ଭୁ-ସମ୍ପତ୍ତିର ଅଂଶ ବିଶେଷ ଭାବେ ଶ୍ରଦ୍ଧାଳୁ ମାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରାଯିବାକୁ ଦାବୀ କରିଛନ୍ତି।