(ଜୟନ୍ତ କୁମାର ସେଠୀ/ଡେଲାଙ୍ଗ): ପୁରୀ ବଗଲା ଧର୍ମଶାଳା ଜମିକୁ ସରକାର କେତେକ ବ୍ୟବସାୟୀଙ୍କୁ ବିକ୍ରି କରିଥିବା ନେଇ ଏହା ବିରୁଦ୍ଧରେ ଏସୟୁସିଆଇ (କମ୍ୟୁନିଷ୍ଟ) ପକ୍ଷରୁ ତୀବ୍ର ବିରୋଧ କରାଯାଇଛି । କରୋନା କଟକଣା ଯୋଗୁ ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବଦଳରେ ଆଜି ଦଳ ପକ୍ଷରୁ ଡେଲାଙ୍ଗ ରେଳ ଷ୍ଟେସନ ପରିସରରେ ପ୍ରତିବାଦ କରାଯାଇଥିଲା । ବଗଲା ଧର୍ମଶାଳା ଜମିକୁ ସରକାର କେତେକ ପ୍ରଭାବଶାଳୀ ବ୍ୟକ୍ତି ବିଶେଷଙ୍କୁ ବିକ୍ରି କରିବା ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ଏସୟୁସିଆଇ ନେତା କମ୍ରେଡ ରଘୁନାଥ ଦାସ କହିଥିଲେ । ଧର୍ମଶାଳା ଜମିକୁ ବିକ୍ରି କରାଯିବା ଜଗନ୍ନାଥ ପ୍ରେମୀଙ୍କ ଭାଗାବେଗ ପ୍ରତି କୁଠାରଘାତ ବୋଲି ସେ କହିଥିଲେ । ଏହି ପ୍ରତିବାଦ ସଭାରେ ପଦ୍ମ ଚରଣ ଜେନା, ତ୍ରିନାଥ ପ୍ରଧାନ, ଗୋଲଖ ବରାଳ, ଟିକୁନା ବେହେରା, ପ୍ରାଣନାଥ ତାଡ ଓ ସରିତ ମହାନ୍ତି ପ୍ରମୂଖ ପାର୍ଟି ପକ୍ଷରୁ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ବିରୁଦ୍ଧରେ ସମାଲୋଚନା କରିଥିଲେ ।