ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି ବାହୁଡା ଯାତ୍ରା

0

ବିଷମ କଟକ/ ରବିନ୍ଦ୍ର କୁମାର ସାହୁ: ଜଗନ୍ନାଥମନ୍ଦିରକୁ ବାହୁଡିଛନ୍ତି ତିନି ଠାକୁର । ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି ବାହୁଡା ଯାତ୍ରା । ରାୟଗଡା ଜିଲ୍ଲା ବିଷମ କଟକ ଠାରେ ଶ୍ରୀଜୀଉଙ୍କ ବାହୁଡା ଯାତ୍ରା ବେଶ୍ ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଯାଇଛି । ଆଡପ ମଣ୍ଡପରେ ତିନି ଠାକୁରଙ୍କୁ ଖେଚୁଡି ଭୋଗ ଲାଗିବା ପରେ ସେବାୟତ ମାନଙ୍କ ଦ୍ବାରା ପହଣ୍ଡି ବିଜେ କରାଯାଇଥିଲା । ପରେ ତିନି ଠାକୁର ରଥରେ ଭକ୍ତଙ୍କୁ ବାହୁଡ଼ା ଦର୍ଶନ ଦେଉଥିଲେ । ଅପରାହ୍ନ ୪ଟା ସମୟରେ ଭକ୍ତଙ୍କ ଦ୍ବାରା ରଥ ଟଣା ଆରମ୍ଭ ହୋଇଥିଲା । ଶାନ୍ତି ଶୃଙ୍ଖଳାର ସହ ଭକ୍ତ ମାନେ ରଥ ଟାଣି ଜଗନ୍ନାଥମନ୍ଦିର ନିକଟରେ ପହଞ୍ଚାଇଥିଲେ । ସେଠାରେ ତିନି ଠାକୁରଙ୍କୁ ପୂଜାର୍ଚ୍ଚନା ପରେ ପୋଡପିଠା ଭୋଗ ହୋଇଥିଲା । ଆଜି ରଥ ଉପରେ ଶ୍ରୀଜୀଉଙ୍କର ସୁନାବେଶ ଅନୁଷ୍ଠିତ ହୋବ। ପରେ ରତ୍ନ ସିଂହାସନକୁ ପହଣ୍ଡି ବିଜେ କରିବେ ମହାବାହୁ । ନିଳାମୟଙ୍କ ଏହି ବାହୁଡ଼ା ଯାତ୍ରା ଦେଖିବା ପାଇଁ ଆଖ ପାଖ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ପ୍ରଶାସନ, ଜଗନ୍ନାଥ ମନ୍ଦିର କମିଟି , ସ୍ଥାନୀୟ ଲୋକଙ୍କ ସହଯୋଗ ଓ ବିଷମ କଟକ ପୋଲିସର ସୁପରିଚାଳନାରେ ବାହୁଡ଼ା ଯାତ୍ରା ସମାପନ ହେ।ଇଛି ।