ଧସିଲା ବୈତରଣୀ ନଦୀବନ୍ଧ : ନଦୀ ଗର୍ଭକୁ ଚାଲିଗଲା ୧୦୦ ଫୁଟରୁ ଅଧିକ ଲମ୍ବର ମାଟି ଅତଡା

0

ଯାଜପୁର: ଧସିଲା ବୈତରଣୀ ନଦୀବନ୍ଧ । ଦଶରଥପୁର ବ୍ଲକ କମାଡିହି ପଞ୍ଚାୟତ ବଳରାମପୁର ଗାଁରେ ଧସିଲା ନଦୀବନ୍ଧ | ପ୍ରାୟ ୧୦୦ ଫୁଟରୁ ଅଧିକ ଲମ୍ବର ଧସି ନଦୀ ଗର୍ଭରେ ଲୀନ ହୋଇଛି । ବନ୍ଧର ୭୫ ଭାଗ ଧସି ନଦୀରେ ଲୀନ ହୋଇଯାଇଛି। ଏହାଫଳରେ ଆଖପାଖ ଅଂଚଳର ୩ଟି ପଂଚାୟତର ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି।

ସୂଚନାନୁଯାୟୀ, ଖାଲି ସେତିକୁ ନୁହେଁ, ସମ୍ପୂର୍ଣ୍ଣ ବନ୍ଧ ଅତିନିମ୍ନମାନର କାର୍ଯ୍ୟ କରାଯାଇଥିବାରୁ ସମ୍ପୂର୍ଣ୍ଣ ବନ୍ଧର ନୂଆ ମାଟି ଏବଂ ପୁରୁଣା ମାଟି ମଧ୍ୟରେ ଫାଟ ସୃଷ୍ଟି ହୋଇଛି। ଏଣୁ ଏହି କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି।