(ସର୍ବେଶ୍ୱର ପାତ୍ର): ଢେଙ୍କାନାଳ ଜିଲ୍ଲାର ସର୍ବ କନିଷ୍ଟ ସହୀଦ୍ ବୀର ବାଜି ରାଉତଙ୍କର ଆଜି ତାଙ୍କର ୮୦ ତମ ଶ୍ରାଦ୍ଧୋତ୍ସବରେ ବୀର ବାଜି ରାଉତ ଯୁବକ ସଂଘ ତତ୍ବାବଧାନରେ ତାଙ୍କ ଜନ୍ମମାଟି ଭୁବନ ବ୍ଲକ ନିଳକଣ୍ଠପୁର ଗ୍ରାମ ସ୍ମୃତି ପୀଠ ଠାରେ ମାନ୍ୟବର ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁୁଷ୍ଠିତ ହୋଇଯାଇଛି। ଏହି କାର୍ୟ୍ୟକ୍ରମରେ କାମାକ୍ଷାନଗର ଉପ ଜିଲ୍ଲାପାଳ ବିଷ୍ଣୁ ପ୍ରସାଦ ଆଚାର୍ୟ୍ୟ, ଜିଲ୍ଲା ଲୋକ ସମ୍ପର୍କ ଓ ସୂଚନା ଅଧିକାରୀ ହେମନ୍ତ କୁମାର ନାୟକ,ଭୁବନ ତହଶିଲଦାର ଶକ୍ତିକାନ୍ତ ରାୟ, ଭୁବନ ପଞ୍ଚାୟତ ସମିତିର ଅଧକ୍ଷ ଧର୍ମାନନ୍ଦ ବରାଳ,ସ୍ବାଧିନତା ସଂଗ୍ରାମି କାଳନ୍ଦି ସାହୁ ପ୍ରମୁଖ ଯୋଗଦେଇଥିଲେ।