(ନରୋତ୍ତମ ପଣ୍ଡା): ରାଜ୍ୟ ସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା ବଲାଙ୍ଗୀର ପାଟାଣାଗଡ଼ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି । ବିଦ୍ୟାଳୟର ଖେଳ ପଡ଼ିଆରେ ଏହି ପ୍ରତିଯୋଗିତା ହୋଇଥିଲା । ୧୭ ବର୍ଷ ରୁ କମ୍ ବୟସର ଛାତ୍ରଛାତ୍ରୀଙ୍କୁ ନେଇ ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତା କରାଯାଇଥିଲା । ରାଜ୍ୟର କୋଣ ଅନୁକୋଣରୁ ପ୍ରତିଯୋଗୀମାନେ ଏଥିରେ ସାମିଲ ହୋଇଥିଲେ । ଉପସ୍ଥିତ ଅତିଥିମାନେ ଖେଳାଳିଙ୍କୁ ଉତ୍ସାହିତ କାରିଥିଲେ । ଏହି ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରୁ ଉତିନ୍ନ ଛାତ୍ର ଛାତ୍ରୀ ସର୍ବ ଭାରତୀୟ ସ୍ତରରେ ଖେଳିବା ପାଇଁ ସୁଯୋଗ ପାଇଁବେ । ରାଜ୍ୟ ବିଦ୍ୟାଳୟ ସମୂହ କ୍ରୀଡ଼ା ସଂସଦ ଓଡ଼ିଶା ଭୁବନେଶ୍ୱର, ଜିଲ୍ଲା ବିଦ୍ୟାଳୟ ସମୂହ କ୍ରୀଡ଼ା ସଂସଦ ବଲାଙ୍ଗୀର ସମେତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଏହି ପ୍ରତିଯୋଗିତାକୁ ଆୟୋଜନ କରାଯାଇଥିଲା । ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଥର ପାଇଁ ଏପରି ଖେଳ ଅନୁଷ୍ଠିତ ହୋଇଥିବାରୁ ଏହାକୁ ଦେଖିବାକୁ ଅନେକ ଛାତ୍ର ଛାତ୍ରୀଙ୍କ ସମେତ ଜନ ସାଧାରଣଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।