ବେଲପଡା ବ୍ଲକକୁ ମରୁଡି ଘୋଷଣା ଦାବିରେ ଚାଷୀ ଘେରିଲେ ତହସିଲ ଅଫିସ

0

( ନରୋତ୍ତମ ପଣ୍ଡା): ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକକୁ ସଂପୂର୍ଣ୍ଣ ମରୁଡି ଘୋଷଣା, କୃଷି ଋଣ ଛାଡ, କପା ଚାଷୀଙ୍କୁ ଏକର ପିଛା କୋଡିଏ ହଜାର ଟଙ୍କା କ୍ଷତି ପୂରଣ ଦେବା, ରାଜଶ୍ୱ ଖଜଣା, ସ୍କୁଲ କଲେଜର ଫିସ ଛାଡ କରିବା ଦାବିରେ ବ୍ଲକର ଶତାଧିକ ଚାଷୀ ସ୍ଥାନୀୟ ତାରିଣୀ ମନ୍ଦିରଠାରୁ ଏକ ବିଶାଳ ରାଲିରେ ବାହାରି ତହସିଲ ଅଫିସ ସମ୍ମୁଖରେ ବିକ୍ଷୋପ ପ୍ରଦର୍ଶନ କରିଥିଲେ । ୧୧ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏହି ବିକ୍ଷୋପରେ ସାମିଲ ଥିଲେ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ଲକ୍ଷ୍ମଣ ମେହେର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଟେମୁନାଏକ , ଡବଲ ପୁଟେଲ , ନରେନ୍ଦ୍ର ମେହେର, କାର୍ତ୍ତିୀକ ବନଛୋର, ଶୁକଦେବ ବେହେରା ଏବଂ ବ୍ଲକର ଶତାଧିକ ଚାଷୀ ।