ବାଲେଶ୍ବର: ବାଲେଶ୍ବର ଏସପି ସାଗରିକା ନାଥ ଜିଲ୍ଲାର ପିଏସଓଙ୍କୁ ଡାକି ଏକ ବୈଠକ କରିଛନ୍ତି। ଏଥିରେ ପିଏସଓମାନେ କଣ କରିବା ଉଚିତ ଏବଂ କଣ ନ କରିବା ଉଚିତ ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଜିଲ୍ଲାରେ ଥିବା ବିଭିନ୍ନ ଭିଭିଆଇପିଙ୍କ ପାଖରେ ଏହି ପିଏସଓମାନେ କାର୍ଯ୍ୟ କରୁଥିବାରୁ ସେମାନଙ୍କୁ ସଚେତନତା କରାଯାଇଛି।