ପ୍ରସିଦ୍ଧି ବଳିଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0

(ଓମ୍ ପ୍ରକାଶ ମିଶ୍ର): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଉପଜିଲ୍ଲାପାଳଙ୍କ କକ୍ଷରେ ପ୍ରସଦ୍ଧି ବଳୀଯାତ୍ରା ଆରମ୍ଭ ହେବାକୁ ଯାଉଥିବାରୁ ସୋନପୁର ସବ୍ କଲେକ୍ଟର ବଳରାମ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅଷ୍ଟଚଣ୍ଡୀ ସେବାୟତମାନଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଦଶହରା ବଳୀଯାତ୍ରା ତଥା ଉଆସ ବଳି, ନମିବଳି,ଡ଼ଙ୍ଗୁଆବଳି, ଗାୟନ୍ବବଳି, ଖୋଲ୍ଫିଟାବଳୀ କିପରି ଆନନ୍ଦ ଉଲ୍ଲାସର ସହ ପାଳନ କରାଯିବ ସେନେଇ ଆଲୋଚନା କରାଯାଇଥିଲା । ଏହି ବୈଠକରେ ବରିଷ୍ଠ ନାଗରିକ, ବରୁଆ, ଡାଙ୍ଗୁଆ ଓ ଅଷ୍ଟଚଣ୍ଡୀ ସେବାୟତମାନେ ଉପସ୍ଥିତ ଥିଲେ।