(ଅଜିତ ସାହୁ / ଜଳେଶ୍ୱର): କୋମାରେ ବାଲିଆପାଳ ଡାକ ଘର। ଆବଶ୍ୟକ ସମସ୍ତ ଭିତି ଭୂମି ସୁବିଧା ସୁଯୋଗ ଥାଇବି ଅଞ୍ଚଳବାସୀଙ୍କୁ ସେବା ଯୋଗାଇବାରେ ବିଫଳ । ବାଲିଆପାଳ ଡାକ ବିଭାଗ ଓ ଡାକ ସେବା ପ୍ରତି ଲୋକଙ୍କୁ ଆକର୍ଷିତ କରିବା ସହ ବିଭିନ୍ନ ଯୋଜନା କରାଯାଉଥିଲେ ବି ସେସବୁ ସତେ ଯେମିତି ପ୍ରହସନ ସାଜିଛି। ଏନେଇ ବିଭାଗୀୟ ବରିଷ୍ଠ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସମସ୍ୟାର ସମାଧାନ ହେଉନାହିଁ।ଯାହା ପାଇଁ ଡାକ ସେବାରୁ ଲୋକେ କ୍ରମଶଃ ମୁହଁ ମୋଡୁଛନ୍ତି । ଆଉ ଏହାର ଫାଇଦା ନେଉଛନ୍ତି ବିଭିନ୍ନ ଘରୋଇ ସଂସ୍ଥା। ଏ ଦୃଶ୍ୟ ହେଉଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଡାକ ଘରର। ଉକ୍ତ ଡାକଘର ଅଧୀନରେ ୧୧ଟି ପୋଷ୍ଟ ଅଫିସ ଥିବାବେଳେ, ୨ ଲକ୍ଷରୁ ଅଧିକ ଲୋକ ନିର୍ଭର କରିଥାନ୍ତି।
ଗତ ଅକ୍ଟୋବେର ୨୭ ରୁ ରୋଟର ମେସିନଟି ଅଚଳ ହୋଇଯାଇଥିଲା । ମାତ୍ର ଆଜକୁ ୧୫ ଦିନରୁ ଉର୍ଦ୍ଧ୍ବ ବିତିଥିଲେ ବି ତାହା ଆଜି ପର୍ୟ୍ୟନ୍ତ କାର୍ୟ୍ୟକ୍ଷମ ହୋଇପାରି ନାହିଁ । ଯାହା ପାଇଁ ନେଟ ରହୁ ନାହିଁ, ଲିଙ୍କ ଫେଲିୟର ଯୋଗୁଁ କମ୍ପୁଟର ଦ୍ୱାରା ହେଉଥିବା କାମ ଯେପରିକି ଚିଠି ରେଜେଷ୍ଟ୍ରି, ସ୍ପୀଡ଼ ପୋଷ୍ଟ, ମନୀ ଅର୍ଡର, ପାର୍ସଲ ବୁକିଂ, ପିଲଆଇ କିସ୍ତି, ଟଙ୍କା ନେଣ ଦେନ ସହିତ ଅନ୍ୟାନ୍ୟ ପୋଷ୍ଟାଲ ସେବାରୁ ଅଞ୍ଚଳ ବାସି ବଞ୍ଚିତ ହେଉଛନ୍ତି। ଅତି ଜରୁରୀ ସ୍ଥଳେ ୨୦-୩୦ କିମି ଦୂରରେ ଥିବା ପୋଷ୍ଟ ଅଫିସକୁ ଯିବାକୁ ପଡୁଛି। ଗୋଟିଏ ପଟେ ସରକାର ଓ ଡାକ ବିଭାଗ ବିଭିନ୍ନ ଲୋକାଭିମୁଖୀ ଯୋଜନା, ଉନ୍ନତମାନର ସେବା ଯୋଗାଇବା ସହିତ ଏହା ସରକାରଙ୍କର ଏକ ବିଶ୍ୱାସନୀୟ ସଂସ୍ଥା । ତେଣୁ ଏହାର ସୁବିଧା ସୁଯୋଗ ନେବାକୁ ଆହ୍ୱାନ ଦେଉଥିବା ବେଳେ, କିନ୍ତୁ ଡାକ ବିଭାଗ ସେବା ଯୋଗାଇବାରେ ଅସମର୍ଥ। ନିଜର ବହୁ ମୂଲ୍ୟ ସମୟ ସାରି ବାଲିଆପାଳ ଡାକଘରେ ସେବା ନପାଇ ଲୋକେ ଫେରିଯିବା ରୁ ସାଧରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ଯଦି ତୁରନ୍ତ ସମସ୍ୟାର ସ୍ଥାୟୀ ସମାଧାନ କରା ନଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଅଞ୍ଚଳ ବାସୀ ଚେତାଵନୀ ଦେଇଛନ୍ତି।
ତେବେ ଏନେଇ ଜିଲ୍କାର ପୋଷ୍ଟାଲ ସୁପରିଟେଣ୍ଡେ ଘଟଣାକୁ ଗୁରୁତର ଭାବେ ନନେଇ,ଅତି ଖାମ ଖିଆଳିଆ ଭାବେ ନେଇଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ତାଙ୍କୁ ପିଚାରିବାରୁ କୌଣସି ସନ୍ତୁଷ୍ଟ ଜନକ ଉତ୍ତର ଦେଇ ପାରିନଥିଲେ।