କନ୍ଧମାଳ/ବନବାସୀ ପ୍ରଧାନ : କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚାଷ ଓ ଗଞ୍ଜେଇ ଚାଲଣ । ଗଞ୍ଜେଇ ମାଫିଆମାନେ କନ୍ଧମାଳରୁ ଗଞ୍ଜେଇ ବାହାର ରାଜ୍ୟକୁ ଚାଲଣ କରି ମାଲେମାଲ ହୋଇଥାନ୍ତି । ସେଥିପାଇଁ ଗଞ୍ଜେଇ ହବ୍ ପାଲଟିଛି କନ୍ଧମାଳ ଜିଲ୍ଲା । ଗତକାଲି ବାଲିଗୁଡା ପୋଲିସ ବାରଖମା ନଦୀବନ୍ଧ ନିକଟରୁ ଗଞ୍ଜେଇ ଚାଲଣ ପାଇଁ ରହିଥିବା ଖବର ପାଇ ସେହି ସ୍ଥାନରେ ଚଢାଉ କରି ୪୫୫କେଜି ଗଞ୍ଜେଇ ଜବତ କରିଥିବା ଆଇଆଇସି ବାବା ଶଙ୍କର ସରାଫ୍ ସୂଚନା ଦେଇଛନ୍ତି ।
ଚଢାଉ ବେଳେ ପୋଲିସଟିମ ସହିତ ମାଜିଷ୍ଟେଟ ଉପସ୍ଥିତ ଥିଲେ ।ଜବତ ଗଞ୍ଜେଇ ର ଅନୂମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡିଛି । ଘଟଣା ସ୍ଥଳରୁ ପୋଲିସ କୈଣସି ଆସାମୀକୁ ଗିରାଫ କରିନଥିବା ବେଳେ ପିଏସ୍ କେସ ନଂ୪୯/୨୩ରେ ଏକ କେସ୍ ରୁଜୁ କରି ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି ।