ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ସମ୍ପୃକ୍ତି ଥିବା ଅଭିଯୋଗ ରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

0

ବାଲିଅନ୍ତା;ବାଲିଅନ୍ତା ଥାନା ପୁଲିସ ଉପରୋକ୍ତ ମାମଲାର ତଦନ୍ତ କରିବା ସହ ସମ୍ପୃକ୍ତି ଥିବା ଅଭିଯୋଗ ରେ ନିମ୍ନୋକ୍ତ ଅଭିଯୁକ୍ତ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ, ବାଲିଅନ୍ତା ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ଏସଆଇ ମାନସ ରଞ୍ଜନ ମଲ୍ଲିକ ଓ ଟୀମ ଥାନା ପରିସରଭୁକ୍ତ ଅଞ୍ଚଳରେ ରାତ୍ରିକାଳୀନ ପାଟ୍ରୋଲିଂ କରୁଥିଲେ । ସମୟ ପ୍ରାୟ ୧୨.୩୦ ରେ କୁଶଭଦ୍ରା ନଦୀରୁ ଅଭିଯୁକ୍ତ ଟୁଲୁ ବେହେରା ଓ ହୃଦାନନ୍ଦ ସ୍ବାଇଁ ଓରଫ ମଙ୍ଗୁଳି ଙ୍କର ନେତୃତ୍ବରେ ସେଠାରେ ନଦୀବାଲି ଚୋରା ଚାଲାଣ ହୋଉଥିବାର ବିଶ୍ଵସ୍ତ ସୂତ୍ରରୁ ସୂଚନା ସେମାନଙ୍କର ହସ୍ତଗତ ହୋଇଥିଲା ।

ସୂଚନା ଆଧାରରେ ପୁଲିସ ଟୀମ ତୁରନ୍ତ ଘଟଣା ସ୍ଥଳ ନିକଟକୁ ଯାଇଥିଲେ ଓ କିଛି ଦୂରରେ ରହି ଅଭିଯୁକ୍ତ ଟୁଲୁ ବେହେରା ଓ ହୃଦାନନ୍ଦ ସ୍ବାଇଁ ଓରଫ ମଙ୍ଗୁଳି ଙ୍କୁ ଏକ ଜେସିବି ମେସିନ ରେ ବସି ସେମାନଙ୍କ ନିର୍ଦ୍ଧେଶରେ ନଦୀ ବାଲି କୁ ଟ୍ରାକ୍ଟରେ ବୋଝେଇ କରାଯାଉଥିବାର ଦେଖିଥିଲେ । ପୁଲିସ ଟୀମ ତୁରନ୍ତ ଚଢାଉ କରିଥିଲେ ଓ ଅଭିଯୁକ୍ତ ମାନଙ୍କୁ ମୋଟରସାଇକେଲ ରେ ଖସି ଯାଉଥିବା ସମୟରେ କାବୁ କରିବାରେ ସକ୍ଷମ ହୋଇଥିଲେ । ପଚରା ଉଚରା ବେଳେ ଅଭିଯୁକ୍ତ ମାନେ ସେମାନଙ୍କର ଅପରାଧ ସ୍ଵୀକାର କରିବା ସହ ବେଆଇନ ଭାବରେ ସରକାରୀ ଅନୁମତି ନଥାଇ ବହୁତ ଦିନରୁ ଏହି ନଦୀ ବାଲି ଚୋରା ଚାଲାଣ କରିଆସୁଥିବାର ଦର୍ଶାଇଥିଲେ । ଏହି ଛୋଟ ଖଣିଜ ପଦାର୍ଥ ଚୋରୀ ହେତୁ ରାଜ୍ୟ ସରକାର ରାଜ୍ୟ ରାଜକୋଷରୁ ରାଜସ୍ବ ହରାଉଥିବାରୁ ପୁଲିସ  ଅଭିଯୁକ୍ତ ମାନଙ୍କ ହେପାଜତରୁ ସମୁଦାୟ ୭ଟି ମୋବାଇଲ ଫୋନ, ଗୋଟିଏ ବୁଲେଟ୍, ଗୋଟିଏ ପୁଲ୍ସର ମୋଟରସାଇକେଲ, ୨ ଟି ବାଲି ବୋଝେଇ ଟ୍ରାକ୍ଟର, ଓ ଗୋଟିଏ ଜେସିବି ମେସିନ ଜବତ କରିଥିଲେ ।ଅଧିକ ତଦନ୍ତ ସମୟରେ ଅଭିଯୁକ୍ତ ଟୁଲୁ ବେହେରା ଙ୍କ ନାମରେ ପୂର୍ବରୁ ବାଲିଅନ୍ତା ଥାନା ରେ ୪ଟି ଅପରାଧିକ ମାମଲା ଥିବାର ପୁଲିସ ଜାଣିବାକୁ ପାଇଥିଲେ ।