ଜମିବ ବାଲିଯାତ୍ରା: ନିଜର ସ୍ୱରରେ ମତୁଆଲା କରିବେ ବଲିଉଡ଼ର କଳାକାର

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ): ବିଶ୍ୱ ପ୍ରସିଦ୍ଧ କଟକ ବାଲିଯାତ୍ରାକୁ ସମସ୍ତେ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ରଙ୍ଗୀନ ଆଲୋକ ,ଦୋଳି , ଏବଂ ଭିନ୍ନ ଭିନ୍ନ ଦୋକାନର ସମାରୋହ ଠାରୁ ଓଡ଼ିଶାର ପ୍ରସିଦ୍ଧ ଖାଦ୍ୟାର ସମାହର ମଧ୍ୟ ରହିଥାଏ । ଏହି ବାଲିଯାତ୍ରାରେ ଓଡ଼ିଶାର କଳା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଦେଖିବାକୁ ମିଳିଥାଏ । ଏହା ମଧ୍ୟରେ ଏବେ ଏବେ ଖବର ଆସିଛି ଯେ ଏଥର କାର୍ଯ୍ୟକ୍ରମୁ ରଙ୍ଗୀନ କରିବେ ବଲିଉଡ଼ର କେତେକ ପ୍ରସିଦ୍ଧ କଣ୍ଠଶିଳ୍ପୀ ।
ପ୍ରଥମ ଥର ବାଲିଯାତ୍ରାରେ ଏଭଳି ରଙ୍ଗୀନ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ । ଏହା ସଂନ୍ଧ୍ୟା ୪ ଟାରୁ ଆରମ୍ଭ ହୋଇ ରାତି ୧୦ ପର୍ଯ୍ୟନ୍ତ ଚାଲିବ । ମିଳିଥିବା ରିପୋର୍ଟ ମୁତାବକ ଦଲେର ମେହେନ୍ଦୀ , ସୋନା ମହାପାତ୍ର , କେକେ ଏବଂ ଋତୁରାଜ ମହାନ୍ତିଙ୍କ ଗାୟିକୀ ଶୁଣିବାକୁ ମିଳିବ । ତେବେ ଲୋକମାନେ ବାଲିଯାତ୍ରାରେ ନିଆରା ମଜା ନେବା ସହ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ଖୁବ ମଜା ଉଠାଇବେ ।
ବାଲିଯାତ୍ରାର ଶୁଭାରମ୍ଭରେ ଗାଇବେ ଓଡ଼ିଆ ପୁଅ ଇଣ୍ଡିଆଜ ର ଷ୍ଟାର ବିଜେତା ଋତୁରାଜ ମହାନ୍ତି । ନଭେମ୍ବର ୧୬ ରେ ମଂଚରେ ଯୋଗଦାନ ଦେବେ ଦଲେର ମେହେନ୍ଦୀ ଏବଂ ନିଜ ଗୀତରେ କରିବେ ଲୋକଙ୍କୁ ମତୁଆଲା । ନଭେମ୍ବର ୧୭ ରେ ମଂଚରେ ଦେଖିବାକୁ ମିଳିବ ଓଡ଼ିଆ ଝିଅ ସୋନାଙ୍କ ପରଫର୍ମାନ୍ସ ଏବଂ ବାଲିଯାତ୍ରା ଅନ୍ତିମ ଦିନ କେକେଙ୍କ ଗୀତ ମାହୋଲକୁ କରିବ ରଙ୍ଗୀନ ।