ATM ଲୁଟ ମାମଲାରେ ୫ଜଣ ଲୁଟେରାଙ୍କୁ ଧରିଲା ବାଲେଶ୍ୱର ପୋଲିସ

0

ବାଲେଶ୍ବର : ATM ଲୁଟ ମାମଲାରେ ୫ଜଣ ଲୁଟେରାଙ୍କୁ ଧରିଲା ବାଲେଶ୍ୱର ପୋଲିସ । ଗତ ୧୦ ତାରିଖ ଦିନ ବାଲେଶ୍ବର ଜିଲ୍ଲା ଖଇରା ଓ ସୋରୋ ଥାନା ଅଞ୍ଚଳରୁ ଦୁଇଟି ATM ଲୁଟ୍ ହୋଇଥିଲା । ଆଉ ସେହି ଲୁଟ୍‌ର ଫର୍ଦ୍ଦାଫାସ୍ କରିଛି ପୋଲିସ । ହରିୟାଣାର ୫ଜଣ ଯୁବକଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୬ ଲକ୍ଷ ୧୩ ହଜାର ୭ ଶହ ଟଙ୍କା ଜବତ ହୋଇଛି । ଏଥିସହ ଗୋଟିଏ ପିସ୍ତଲ, ୪ ରାଉଣ୍ଡ ଗୁଳି, କଟର, ସ୍କ୍ରୁ ଡ୍ରାଇଭର, ATMର ଭଙ୍ଗା ଟଙ୍କା ଟ୍ରେ ଆଦି ଜବତ କରାଯାଇଛି । ସେଦିନ ଦୁଇଟି ATMରୁ ୧୦ ଲକ୍ଷ ୭୧ ହଜାର ୯ ଶହ ଟଙ୍କା ଲୁଟି ହୋଇଥିଲା । ଆଉ ଲୁଟ୍ ପରେ ସେମାନେ ମାରୁତି ବ୍ରିଜା କାର୍ ଛାଡି ଫେରାର ହୋଇଯାଇଥିଲେ । ବାଲେଶ୍ବର ଏସ୍‌ପି ସାଗରିକା ନାଥ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ।