ଗୋପ/ଜୟନ୍ତ କୁମାର ସେଠୀ: ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ “ବିଶ୍ୱ ହେପାଟାଇସ ଦିବସ’ ଉପଲକ୍ଷେ ପୁରୀ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି । ଏ ବର୍ଷର ଥିମ “ହେଲଥ କେନନଟ ୱେଟ’କୁ ଆଧାର କରି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ବାଲୁକା କଳା ନିର୍ମାଣ କରିଛନ୍ତି । ଏଥିରେ ସେ ପୃଥିବୀର ଚିତ୍ରଣ କରିଛନ୍ତି । ଆମ ସ୍ୱାସ୍ଥ୍ୟର ସୁରକ୍ଷା ଆମ ନିଜ ହାତରେ । ଆମେ ସମସ୍ତ ନିୟମାବଳୀକୁ ଠିକ ରୂପେ ପାଳନ କଲେ ରୋଗ ଠାରୁ ଦୂରେଇ ରହିପାରିବ । ଏହି ବାଲୁକା କଳା ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ଘଣ୍ଟା ଲାଗିଥିଲା । ପ୍ରସିଦ୍ଧ ଡାକ୍ତର ମନୋଜ କୁମାର ସାହୁ ଏହି ବାଲୁକା କଳା କୁ ଉଦଘାଟନ କରିଛନ୍ତି ।