ବାଲୁଙ୍କେଶ୍ୱର ହାଇସ୍କୁଲର ଦୁଇଦିନିଆ ବାର୍ଷିକ କ୍ରିଡାଉତ୍ସବ ଉଦଯାପିତ

0

ଜଗତସିଂହପୁର/ଦିଲ୍ଲିପ ସାହୁ:  ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ କୁଞ୍ଜକୋଠି ପଞ୍ଚାୟତ ଖୁରାଣ୍ଟ-ବାଲିତୁଠସ୍ଥିତ ବାଲୁଙ୍କେଶ୍ୱର ହାଇସ୍କୁଲର  ଦୁଇଦିନିଆ ବାର୍ଷିକ କ୍ରିଡାଉତ୍ସବ ଉଦଯାପିତ ହୋଇଯାଇଛି।ଆୟୋଜିତ କ୍ରିଡ଼ା ପ୍ରତିଯୋଗିତାର ବିଭିନ୍ନ ବିଭାଗରେ ବିଦ୍ୟାଳୟର ୬୩ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।ଦୁଇଦିନିଆ ବାର୍ଷିକ କ୍ରିଡା ଉତ୍ସବକୁ ସ୍ଥାନୀୟ କୁଞ୍ଜକୋଠି ପଞ୍ଚାୟତ ସରପଞ୍ଚ ସପନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ।

ଖୁରାଣ୍ଟ, ବାଲିତୁଠ, ଜଗତପଡା,କାଳିକୂଦ,ଦାସମଠ,କଣ୍ଟାବେଲାରୀ,ନୂଣପୋଖରୀ,ନୂଆରତନପୁର, ଅଜଗରବେଦୀ ଆଦି ଗ୍ରାମର ମୂରବୀଙ୍କ ସମେତ ଶତାଧିକ ଅଞ୍ଚଳବାସୀ ଏହି କ୍ରିଡା ଉତ୍ସବରେ ଯୋଗ ଦେଇ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।ବିଦ୍ୟାଳୟ ପରିସରରେ ଗୁରୁବାର ଅପରାହ୍ନରେ ରଙ୍ଗାରଙ୍ଗ ଉଦଯାପନୀ ସମାରୋହ ପାଳନ କରାଯାଇଥିଲା। ହଜାର ହଜାର ଅଞ୍ଚଳବାସୀଙ୍କ ଗହଣରେ ବିଦ୍ୟାଳୟର  ଛାତ୍ରଛାତ୍ରୀମାନେ ଚିତାକର୍ଷକ ନୃତ୍ୟଗୀତ ପରିବେଷଣ କରିଥିଲେ। ବାଲୁଙ୍କେଶ୍ୱର ହାଇସ୍କୁଲର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ ଜିଲ୍ଲା ପରିଷଦ ସଭ୍ୟ ପିତବାସ ଗଛାୟତ, ମୂଖ୍ୟ ଅତିଥି ଭାବେ ଯୋଗଦେଇ, ଚାମ୍ପିୟନ ହୋଇଥିବା ଛାତ୍ରୀ ଆରତୀ ଦାସ ଓ ଛାତ୍ର କ୍ରୀଷ୍ଣା ବେହେରାଙ୍କ ସମେତ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ସହ ପୁରସ୍କୃତ କରିଥିଲେ।ଏହି ଉଦଯାପନୀ ସମାରୋହରେ ସ୍ଥାନୀୟ ସରପଞ୍ଚ ସପନ କୁମାର ପାତ୍ର,ସାମ୍ବାଦିକ ପ୍ରଶାନ୍ତ କୁମାର ମହାପାତ୍ର, ମଙ୍ଗରାଜ ପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ବାବାଜୀ ଚରଣ ଖଟୁଆ, ହାଡିବନ୍ଧୁ ହାଇସ୍କୁଲ ମନ୍ଦିରା ପଲିକଣ୍ଟାର  ପ୍ରଧାନ ଶିକ୍ଷକ ତଥା ଓଷ୍ଟା ସଂଘ ଏରସମା ବ୍ଲକ ସମ୍ପାଦକ ଅଜିତ କୁମାର ଲେଙ୍କା,ଶିକ୍ଷକ ଲୋକନାଥ ମହାନ୍ତି,ନିହାର ରଞ୍ଜନ ଜେନା, ସମାଜସେବୀ ଅଧିର କୁମାର ପରିଡ଼ା,ଗୋପାଳ ଚନ୍ଦ୍ର ସାମନ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଦିଲ୍ଲିପ  କୁମାର ନାୟକ,ସହକାରୀ ଶିକ୍ଷକ ମୂରଲୀଧର ସାମନ୍ତ ଓ ଯୁବ ସମାଜସେବୀ ଅମଲ ସାସମଲ କ୍ରିଡ଼ା ପ୍ରତିଯୋଗିତା ଓ ନୃତ୍ୟଗୀତର ଆସରକୁ ପରିଚାଳନା କରିଥିବା ବେଳେ ଦିବାକର କୂଅଁର ଉତ୍ସବର ଆକର୍ଷଣୀୟତା ବଢାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ସହକାରୀ ଶିକ୍ଷକ ଭାଗବତ ପ୍ରସାଦ ରାଉତ, ପୁଷ୍ପଲତା ଜେନା,ନିର୍ଲୋଭ ବେଉରା, ରାଜେନ୍ଦ୍ର ବେହେରା,ଗୋବିନ୍ଦ ବଲ୍ଲଭ ମହାପାତ୍ର,କର୍ମଚାରୀ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁଙ୍କ ସମେତ ଶୀତଳା ଯୁବ ପରିଷଦ, ସ୍ଥାନୀୟ ଅଞ୍ଚଳର ଯୁବଗୋଷ୍ଠୀ ଓ ଜନସାଧାରଣ ସହଯୋଗ କରିଥିଲେ।