ଭୁବନେଶ୍ୱର; ୧୫୬ ଔଷଧ ଉପରେ ଲାଗିଲା ପ୍ରତିବନ୍ଧକ । ଜ୍ୱର, ଥଣ୍ଡା ଆଲାର୍ଜି ପରି ଫିକ୍ସ ଡୋଜ୍ କମ୍ବିନେସନ ମେଡିସିନକୁ ବ୍ୟାନ କରାଯାଇଛି । କାରଣ ସାରା ଦେଶରେ ବହୁଳ ମାତ୍ରାରେ ବିକ୍ରି ହେଉଥିବା କିଛି ନିର୍ଦ୍ଧିଷ୍ଟ ମେଡିସିନ ଉପରେ କଟକଣା ଲଗାଯାଇଛି । ତେବେ ଏହି ସବୁ ମେଡିସିନରେ ଅନେକ ଆଣ୍ଟିବାୟୋଟିକ ପେନକିଲର ଓ ମଲ୍ଟିଭିଟାମିନ ରହିଛି । ମଣିଷ ଶରୀର ଉପରେ ଏଗୁଡିକର କୁପ୍ରଭାବ ପକାଉଥିବାରୁ ଉହି ଔଷଧ ଗୁଡିକ ଉପରେ କଟକଣା କରାଯାଇଛି । ଦୁଇ ବା ଅଧିକ ସକ୍ରିୟ ଫାର୍ମାସ୍ୟୁଟିକାଲ ଆନୁପାତିକ ହାରରେ ନିଆଯାଇ ଏହି ଏଫଡିସି ଔଷଧ ପ୍ରସ୍ତୁତ କରାଯାଇଥାଏ । ଏହାକୁ କକଟେଲ ଔଷଧ ବୋଲି କୁଷାଯାଏ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଏସିକ୍ଲୋଫେନାକ ଓ ପାରସିଟାମଲ ଓ ଫିନାଇଲେଫ୍ରିନ ଏଚସିଏଲ କମ୍ବିନେସନ,ଲିଭୋସେଟ୍ରିଜିନନ ,ଫିନାଇଲେଫ୍ରିନ ଏଚସିଏଲ ଓ ପାରାସିଟାମଲ୍ କମ୍ବିନେସନ, କାମିଲୋଫିନ ଡିହାଇଡ୍ରୋକ୍ଳୋରାଇଡ୍ ଓ ପାରାସିଟାମଲ କମ୍ବିନସେନ ଭଳି ଅନେକ କମ୍ବିନେସନ ଥିବା ଔଷଧକୁ ବ୍ୟାନ କରାଯାଇଛି ।