ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ କଟକଣା ଜାରି

 ଅନ୍ତରାଷ୍ଟ୍ରୀୟ ଉଡାଣ ଉପରେ କଟକଣା ଜାରି

0

(ଦିଲ୍ଲୀ) : ବିଦେଶ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଆସିଲା ଆଉ ଏକ ଖବର । ଏନେଇ  ବିମାନ ଚଳାଚଳ ନିୟାମକ ନିର୍ଦ୍ଦେଶାଳୟ ବା ଜେନେରାଲ୍ ଅଫ୍ ସିଭିଲ୍ ଆଭିଏସନ୍ (ଡିଜିସିଏ) କରୋନାର ଏକ ନୂତନ ଧରଣର ବିପଦକୁ ଦୃଷ୍ଟିରେ ରଖି ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ନିଷେଧାଦେଶ ଜାରି କରିଛି ।

 

ସୂଚନାନୁଯାୟୀ , ଭାରତ ସରକାର ଆଜି ଆନ୍ତର୍ଜାତୀୟ ବାଣିଜ୍ୟିକ ବିମାନ ଚଳାଚଳ ସ୍ଥଗିତାଦେଶକୁ ଫେବୃଆରୀ ୨୮ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।  ଯେ ପୂର୍ବରୁ କେନ୍ଦ୍ର ସରକାର ଜାନୁଆରୀ ୩୧ ପର୍ଯ୍ୟନ୍ତ ଦେଶକୁ ସମସ୍ତ ଅନ୍ତର୍ଜାତୀୟ ବିମାନ ଚଳାଚଳ ସ୍ଥଗିତ ରଖିଥିଲେ । ଡିଜିସିଏ ନିର୍ଦ୍ଦେଶ ଅନୁଯାୟୀ, ବିମାନ ଚଳାଚଳ ସ୍ଥଗିତ ରଖିବା କାର୍ଗୋ ଏବଂ DGCA ଅନୁମୋଦିତ ବିମାନ ଉପରେ ପ୍ରଭାବ ପକାଇବ ନାହିଁ । ତେବେ କୋଭିଡ -19 ମହାମାରୀ ହେତୁ ୨୩ ମାର୍ଚ୍ଚ ୨୦୨୦ ଠାରୁ ଭାରତକୁ ଏବଂ ଭାରତରୁ ସମସ୍ତ ଅନ୍ତର୍ଜାତୀୟ ବିମାନ ବନ୍ଦ ରହିଛି।